csstore

ଗୁଡଭେଲା ସମ୍ବାଦ ସାହିତ୍ୟଘରର “ନିଦାଘର ନିନାଦ” କବିତା ଆସର ଅନୁଷ୍ଠିତ

ଗୁଡଭେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ସମ୍ବାଦ ସାହିତ୍ୟଘରର “ନିଦାଘର ନିନାଦ” ଆଭାସି କବିତା ଆସର ଶନିବାର ଅପରାହ୍ନରେ ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଂଚାଳନ କରଥଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କାର ପ୍ରାପ୍ତ ସାରସ୍ୱତ ସାଧକ ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର ମାନନୀୟ ତୁଳସୀ ଜୈନ ଯୋଗ ଦେଇଥିଲେ । ଶ୍ରୀ ଜୈନ ନିଦାଘର ନିନାଦ କବିତା ଆସରର ସାରମର୍ମ ବଖାଣିଥିଲେ । ବିଶିଷ୍ଟ ଅତିଥି ଭାବେ ପ୍ରଶାସକ ରାମଦତ୍ତ ଭୋଇ ଯୋଗଦେଇ ବୃକ୍ଷ ରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ବାଦ ସାହିତ୍ୟଘର ଦେଓଗାଁର ସଭାପତି ବିଶିଷ୍ଟ କବି ଡା. ସୁଧାଂଶୁ ଭୂଷଣ ମେହେର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସଇଁନ୍ତଲା ସମ୍ବାଦ ସାହିତ୍ୟ ଘରର ସଂପାଦକ ତଥା ବରିଷ୍ଠ କବି ବରୁଣ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ନିମନ୍ତ୍ରିତ ଅତିଥି ଭାବେ ବରିଷ୍ଟ କବି ପ୍ରସନ୍ନ ହୋତା ଯୋଗ ଦେଇଥିଲେ । ସଂଯୋଜକ ତଥା ସାମ୍ବାଦିକ ସୁନୀଲ ଜୈନ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ସଭା ପ୍ରାରମ୍ଭରେ ବିଶିଷ୍ଟ ପାରାୟଣ ଗାୟକ ତଥା କବି ପ୍ରଶାନ୍ତ ତ୍ରିପାଠୀ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ସଭା ଶେଷରେ ଯୁବକବି କୃଷ୍ଣେନ୍ଦୁ ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ଏ ଅବସରରେ କବୟିତ୍ରୀ ବବିତା ନାୟକ, ତୃପ୍ତିମୟୀ ତ୍ରିପାଠୀ, ଗୌରୀ ଶର୍ମା ତଥା କବି ଦେବାଶିଷ ମହାପାତ୍ର, ଦେବେନ୍ଦ୍ର ଭୋଇ, ସନ୍ତୋଷ କୁମାର ବେହେରା, ସୁବଳ ସାହୁ, ପୂର୍ଣ୍ଣଚନ୍ଦ୍ର ମେହେର, ପ୍ରହଲ୍ଲାଦ ଦଣ୍ଡସେନା, ଭକ୍ତବନ୍ଧୁ ସାହୁ, ସୁଶୀଳ କୁମାର ଦାଶ, ସଂଗୀତ ମିଶ୍ର, ଅବନୀ ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ ।

jayashree
Leave A Reply

Your email address will not be published.