csstore

ତହଁକ୍ କୁଟୁମ୍‌ର ଗୁଗୁଲ୍ ମିଟ୍‌ରେ ହାସ୍ୟ ବ୍ୟଙ୍ଗ କବିତା ଆସର୍

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଲୋକ୍ ଯେତ୍‌କି ଯେତ୍‌କି ପଏସା କମେଇ ଚାଲିଛନ୍ ସେତ୍‌କି ସେତ୍‌କି ଟେନ୍‌ସନ୍ ବି ବଢି ଚାଲିଛେ । ସଭେ ସବୁବେଳେ ଭିଡେ ଭାଡେ ରହିକରି ନିଜର୍ ମୁହୁଁ ନୁ ହଁସି ହଜେଇ ବସୁଛନ୍ । ହେତିର୍ ଲାଗି ମୁନୁସ୍ ଦିହେଁ ଧନି ନୁ ଗରିବ୍ ସବକର୍ ଠାନେ ଦେଖବାକେ ମିଲୁଛେ ରୋଗ୍ ବେମାର୍ । ଆର୍ ଇତାର୍ ଉସୋ ହେଉଛେ ହଁସି ଏକା । ଏନତା ଗୁଟେ ଭାବନା କେ ନେଇକରି କୋଶଲାଞ୍ଚଲର ଆଗ୍ ଧାଡିର୍ କୋଶଲି ସାହିତ୍ୟ ଅନୁଷ୍ଠାନ ତହଁକ୍ କୁଟୁମ୍ ତରଫୁ ଗୁଗୁଲ୍ ମିଟ୍ ଜରିଆରେ ଗୁଟେ ହାସ୍ୟ ବ୍ୟଙ୍ଗ କବିତା ଆସର୍ ଉଜୁଗ୍ ହେଇଯେଇଛେ । ବ୍ୟଙ୍ଗ କବି ନେପାଲ ବାଗ୍ କର୍ ସଭାପତିତ୍ୱରେ ମୁଖିଆ କୁନୁଆଁ ହିସାବେ ହାସ୍ୟ ସମ୍ରାଟ୍ କବି ସଚି ପଣ୍ଡା ଯୋଗ୍ ଦେଇ ତହଁକ୍ କୁଟୁମ୍ ସବୁବେଳେ ଭିନେ ସାହିତ୍ୟ କାର୍ଯ୍ୟକ୍ରମ କରି ଜୁଆନ୍ ଠାନୁ ସିଆନ୍ କବିକର୍ ମନ୍ ଘିନବାର୍ ଥି ମାହିର୍ ହେଇଛେ । ତାର୍ ସବୁବେଳେ ସାହିତ୍ୟ ଆସର୍ କେ ନେଇକରି ସାରା ପଶ୍ଚିମ ଓଡିଶାର୍ କବି ମାନକୁ ଏକଠନିଆ କରିପାରୁଛେ ବଲି ନିଜର୍ ବକ୍ତବ୍ୟରେ କହିଥିଲେ । ବ୍ୟଙ୍ଗ ରାଜ୍ ମୁନିରାମ କୁମ୍ଭାର ତିନ୍ ଟା ବ୍ୟଙ୍ଗ କବିତା କହିକରି ସବକୁ କୁତକୁତେଇ ଥିଲେ । ତହଁକ୍ ସଂପାଦକ ରାଜେଶ ଦଣ୍ଡସେନା ଏତେ ତୁଡେ ଆମର୍ ଭାଷାଥି ହାସ୍ୟ ବ୍ୟଙ୍ଗ କବି ବାହାରିଲେନ ଇ ସବୁ ଦେଖିକରି ବଡା ଗହକି ଲାଗୁଛେ ଆଗକେ ଇ ଧାରା ତହଁକ୍ କୁଟୁମ୍ ଜାରି ରଖବା ବୋଲି କହିଥିଲେ । କବି ରୁକ୍ମଣ ବିଶ୍ୱାଲ ସ୍ୱାଗତ୍ ଭାଷନ୍ ଦେଇଥିବାର ବେଲକେ କାର୍ଯ୍ୟକ୍ରମ କେ କବି ଦିଲ୍ଲୀପ କୁମାର ମିଶ୍ର ପରିଚାଳନା କରିଥିଲେ । ଇ ମିଟ୍‌ରେ ୩୭ ଝନ୍ କବି ଯୋଗ୍ ଦେଇଥିଲେ । ସଚ୍ଚିଦାନନ୍ଦ ପଣ୍ଡା, ମୁନିରାମ କୁମ୍ଭାର ନିରୁପମା ମିଶ୍ର, ନେପାଲ ବାଗ୍, ଜ୍ୟୋତିରାଣୀ ମିଶ୍ର , ସୁଜାତା ନାଏକ, ସୁଦାମ ପୁଟେଲ, କବିତା ମିଶ୍ର, ସହଦେବ ମେହେର, ମିଲନ୍ ପଣ୍ଡା, ତୃପ୍ତିମୟୀ ତ୍ରିପାଠୀ, ରାଜୀବ ପ୍ରସାଦ ଭୋଇ, ଜଗଜୀବନ ଦଣ୍ଡସେନା, ପ୍ରସନ୍ନ ପ୍ରୟାସ ଭୁଏ, ଆଶୁତୋଷ ଠାକୁର, ସରସ୍ଵତୀ ମିଶ୍ର, ବାସନ୍ତୀ ମଞ୍ଜରୀ ହନୁମାନ, ଆଲ୍ଲାଦିନି ପାଣିଗ୍ରାହୀ ଦାସ, ପରକ୍ଷିତ ପାଣ୍ଡେ, ଭକ୍ତବନ୍ଧୁ ସାହୁ କବିତା ପଢିକରି ହଁସେଇ କୁତକୁତେଇ ଥିଲେ । ଶେଷକେ କବୟିତ୍ରୀ ସୁଦେଷ୍ନା ମିଶ୍ର ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.