pakka

ନିଷାନ୍ ସାହିତ୍ୟ ସଂସଦ ତୁଷୁରାର ଭାବ ହିଁ ସଂସାରେ ସାର ଶୀର୍ଷକ କବିତା ଆସର ଅନୁଷ୍ଠିତ

bbehera

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ରବିବାର ଅପରାହ୍ନ ୫ଟା ସମୟରେ ଆଭାସୀ ମାଧ୍ୟମରେ ‘ଭାବ ହିଁ ସଂସାରେ ସାର’ ଶୀର୍ଷକ କବିତା ଆସର ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିରୂପେ ବିଶିଷ୍ଟ ଶିକ୍ଷାବିତ୍‌ ତଥା ବରିଷ୍ଠ କବି ମହାନ୍ କଳାକାର୍ ନେପାଳଚନ୍ଦ୍ର ବାଗ ଯୋଗଦେଇ ସୁମଧୁର କଣ୍ଠସ୍ୱରରେ ଗୀତ ଗାଇ ଶ୍ରୋତାଙ୍କ ମନ ମୋହି ନେଇଥିଲେ । ମୁଖ୍ୟ ବକ୍ତା ଭାବେ ବରିଷ୍ଠ କବୟିତ୍ରୀ ସାବିତ୍ରୀ ସାହୁ ଯୋଗଦେଇ ନିଷାନ୍ କୁଟୁମ୍ ଏଭଳି ଅଭିନବ ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସମ୍ପାଦିକା ଗିତାଞ୍ଜଳି ମିଶ୍ର ଯୋଗ ଦେଇ ସମସ୍ତେ ମିଶି ଭାଷା ସାହିତ୍ୟର ଉନ୍ନତି ପାଇଁ ହାତ ବଢାଇବାକୁ ଆହ୍ୱାନ ଦେଇଥିଲେ । ନିଷାନ୍‌ର ମୁଖ୍ୟ ଉପଦେଷ୍ଟା ସୋମନାଥ ମିଶ୍ର ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ବରିଷ୍ଠ କବି ଭକ୍ତବନ୍ଧୁ ସାହୁ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଆକାଶବାଣୀର କଣ୍ଠଶିଳ୍ପୀ ନାରାୟଣ ଦଣ୍ଡସେନା ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ଉକ୍ତ କବିତା ଆସରରେ ବଲାଙ୍ଗିର, ନୂଆପଡା, ସୁବର୍ଣ୍ଣପୁର, ବରଗଡ, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାର ଶତାଧିକ କବି କବୟିତ୍ରୀ ଯୋଗଦେଇ ରଚିତ କବିତା ପାଠ କରିଥିଲେ । ନିଷାନ୍‌ର ଯୁଗ୍ମ ସଂପାଦକ ଯୁବକବି କୃଷ୍ଣେନ୍ଦୁ ହୋତା, ବ୍ୟଙ୍ଗକବି ଭରତ ନାଏକ, ଅଭିନବ ପଟ୍ଟନାୟକ, ଆଶୁତୋଷ ଠାକୁର, ବୈରାଗୀ ସାହୁ, ପ୍ରଭାତ କୁମାର ଖମାରୀ, କବୟିତ୍ରୀ ଆହ୍ଲାଦିନୀ ପାଣିଗ୍ରାହୀ ଦାଶ, ଜ୍ୟୋତିରାଣୀ ମିଶ୍ର, କବିତା ମିଶ୍ର, ଶ୍ରଦ୍ଧାଞ୍ଜଳି ତ୍ରିପାଠୀ, ଅଧ୍ୟାପିକା ଆର୍. ପୁଷ୍ପାଞ୍ଜଳି, ମଞ୍ଜୁଲତା ସାହୁ, ସଙ୍ଗୀତା ଗହୀର, ଯଶୋବନ୍ତୀ ନାୟକ, ମମତା ପାତ୍ର, ଶିବାନୀ ପାଢୀ, ରାଜୀବ ପଟେଲ, ଆରୁଣୀ ତ୍ରିପାଠୀ, ମୌସୁମୀ ବାନାର୍ଜୀ, ବନବାସ ମେହେର, ଟୁପେଶ ତ୍ରିପାଠୀ, ସହଦେବ ମେହେର, ବିଶିଷ୍ଟ ଶିଶୁ ସାହିତ୍ୟିକ ଯୁଗଳ କିଶୋର ଷଡ଼ଙ୍ଗୀ, ସନ୍ତୋଷ କୁମାର ବେହେରା, ଭକ୍ତ ବନ୍ଧୁ ବିଶ୍ୱାଳ, ବିକ୍ରମ ସାହୁ, ଡ. ନିର୍ମଳ ଚନ୍ଦ୍ର ନାୟକ, ସୁଦାମ ପୁଟେଲ, ସତ୍ୟ ନାରାୟଣ ମିଶ୍ର, ଅନିଲ ପଣ୍ଡା, ଫାଲଗୁନି ରଣା, ପୂର୍ଣ୍ଣଚନ୍ଦ୍ର ମେହେର, ଲିପୁନ ସାହୁ, ବୃନ୍ଦାବନ ପ୍ରଧାନ, ଲୋକନାଥ ଦଳବେହେରା, ତୁଳାରାମ ମାଝୀ, ମଦନା ପୁଟେଲ, ସରୋଜ କୁମାର ଆଚାର୍ଯ୍ୟ, ହୃଦାନନ୍ଦ ସୁନା, ତୁଳାରାମ ମାଝୀ, ଜ୍ୟୋତି ରଞ୍ଜନ, ଅରୁଣ ମେହେର, ଶୁଭେନ୍ଦୁ ଷାଣ୍ଡ, ରମେଶ କିସାନ, ସୁବଳ ସାହୁ, ପ୍ରହଲ୍ଲାଦ ଦଣ୍ଡସେନା, ନରସିଂହ ମହାଣା, ସୁଖରାମ ମଲ୍ଲିକ, ସୁରଭି ଭୋଇ, ପୂର୍ଣ୍ଣିମା ପଣ୍ଡା, ଶିଶୁପାଳ ସାହୁ, ସନାତନ ମିଶ୍ର, ବିଜୟଶ୍ରୀ ନାଥ, ଗୋପାଳ ଭାଟି ପ୍ରମୁଖ କବିତା ଆସରରେ ଅଂଶ ଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

thirteen − eleven =