pakka

ଟିଟିଲାଗଡର ସମସ୍ତ ସାମାଜିକ ସଙ୍ଗଠନକୁ ନେଇ ଡିଏନ୍ ରିସର୍ଟରେ ସାଧାରଣ ସଭା ଅନୁଷ୍ଠିତ

bbehera

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ସଂଧ୍ୟାରେ ଟିଟିଲାଗଡ଼ର ବିଭିନ୍ନ ସଙ୍ଗଠନ, ସମାଜ ଓ ସଂସ୍ଥା ମାନଙ୍କ ମିଳିତ ଉଦ୍ୟମରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡି ଦଳର ପ୍ରାର୍ଥୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଶ୍ରୀମତୀ ସାହୁଙ୍କୁ ବିଭିନ୍ନ ସଙ୍ଗଠନ ଦ୍ୱାରା ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହା ପରେ ଶ୍ରୀମତୀ ସାହୁ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ କୃତଜ୍ଞତା ଜଣାଇବା ସହ ଚଳିତ ବର୍ଷ ପୁଣିଥରେ ମୋ ଉପରେ ଭରସା ରଖି ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ମତେ ଟିକେଟ୍‌ ପ୍ରଦାନ କରିଛନ୍ତି ବୋଲି କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଜଣେ ସାଧାରଣ ଗୃହିଣୀ ଆପଣଙ୍କ ସମର୍ଥନ, ମାର୍ଗଦର୍ଶନ, ଆଶୀର୍ବାଦ୍‌ ଦ୍ୱାରା ଦୁଇ ଦୁଇଥର ନିର୍ବାଚିତ ହୋଇ ମନ୍ତ୍ରୀ ମଧ୍ୟ ହୋଇପାରିଲି । ମୁଁ କୌଣସି ଲାଭ ପାଇଁ ନିର୍ବାଚନ ଲଢ଼ିନି, ସବୁବେଳେ ଟିଟିଲାଗଡ଼ର ବିକାଶ ହିଁ ମୋର ମୂଳଲକ୍ଷ୍ୟ ରହିଛି, ସେ ଓଭର୍‌ବ୍ରିଜ୍‌ ହେଉ, ଭୂତଳ ପୋଲ ହେଉ କି କୁମୁଡ଼ା ପାହାଡ଼ର ଉନ୍ନତି କରଣ ହେଉ କି ମହାରାଜ ସାଗରର ଉନ୍ନତି କରଣ ସବୁ ଆପଣମାନଙ୍କ ମତାମତ ନେଇ କାର୍ଯ୍ୟ କରୁଛି ଏବଂ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆଗକୁ ବି କରିବି, ଆସନ୍ତା ମତଦାନ ଦିନ ସେହି ଆଶୀର୍ବାଦ୍‌ ପୁଣି ଆପଣମାନେ ଦେଇ ୫୦ ହଜାର ଭୋଟରେ ଜିତାଇାବେ ବୋଲି କହିଥିଲେ । ଏହି ଅବସରରେ ବ୍ରାହ୍ମଣ ସମାଜ, ଲାୟନ୍ସ କ୍ଲବ୍‌, କରଣ ସମାଜ, ମୁସଲିମ ସମାଜ, ମାରୱାଡି ମହିଳା ମଣ୍ଡଳ, ବିହାରି ସମାଜ, ବଣିକ ସଂଘ, ରୋଟାରୀ କ୍ଲବ୍‌, ସୁଣ୍ଡି ସମାଜ, ନାରୀ ଶକ୍ତି, ସିରିଡି ସାଇ ସଂସ୍ଥାନ ସହ ଅନ୍ୟାନ୍ୟ ସଙ୍ଗଠନ ତଥା ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ବିଜୁ ଜନତା ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ । ଟିଟିଲାଗଡ଼ର ସୁନାମଧନ୍ୟ କଣ୍ଠ ଶିଳ୍ପୀ ପଙ୍କଜ ଜାଲ ଓ ମାନସୀ ମିଶ୍ରଙ୍କ ଦ୍ଵାରା ଭଜନ ସଂଧ୍ୟା ପରିବେଷଣ କରାଯାଇଥିଲା ।

jay balangir
Leave A Reply

Your email address will not be published.

3 + two =

error: Content is protected !!