csstore

୩୭ତମ ଜିଲ୍ଲା ଜୁନିୟର ରେଡକ୍ରସ ତାଲିମ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ମହୀମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ୩୭ତମ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ମୋହନ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ. ରମେଶ ଚନ୍ଦ୍ର ସାହୁ, ସ୍ଥାନୀୟ ସରପଞ୍ଚ ରଂଜିତା ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ଚନ୍ଦ୍ର ମେହେର, ପୁଇଁତଳା ବ୍ଲକ ବିଇଓ ଲୋକନାଥ ସୁନା, ପ୍ରଧାନ ଶିକ୍ଷକ ସୁନୀଲ ଭୋଇ ମଂଚାସୀନ ଥିଲେ । କ୍ୟାମ୍ପୋରୀ ବିବରଣୀ ପାଠ କରିଥିଲେ ଡିପିଇଓ ପ୍ରଦୀପ ପାତ୍ର। ଅତିଥି ପରିଚୟ ଦୀଲିପ ଯୋଶୀ ଓ କାର୍ଯ୍ୟକ୍ରମର ସଂଯୋଜନା ଜୁନିୟର ରେଡକ୍ରସ ଅଫିସର ବିକାଶ ସାହୁ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ପ୍ରଧାନ ଶିକ୍ଷକ ନୀଳମଣି ପଟେଲ । ଶିବିର ଉପଲକ୍ଷେ ଆୟୋଜିତ ଓଡ଼ିଆ ବକ୍ତୃତା, ଚିତ୍ରାଙ୍କନ, ଓଡିଆ ପ୍ରବନ୍ଧ, କୁଇଜ, ଦଳଗତ ନୃତ୍ୟ, ଦଳଗତ ସଂଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ତ୍ରିଦିବସୀୟ ଏହି ତାଲିମ ଶିବିରରେ ପ୍ରାଥମିକ ଚିକିତ୍ସା, ରକ୍ତଦାନର ଆବଶ୍ୟକତା, ନିଆଁ ନିୟନ୍ତ୍ରଣ, ନିଆଁ ଘେରରେ ରହି ଯାଇଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର, ଏଡ୍ସର ଭୟାବହତା, ଯୋଗ, ସ୍ଵଚ୍ଛ ଭାରତ ଯୋଜନା, ଟ୍ରାଫିକ ସିଗନାଲ, ସଡକ ସୁରକ୍ଷା, ଟ୍ରାଫିକ ନିୟମାବଳୀ, ସଡକ ସୁରକ୍ଷା, ଶ୍ରମଦାନ, ଶାନ୍ତି ଶୋଭାଯାତ୍ରା ତଥା ପିଲାଙ୍କ ବୌଦ୍ଧିକ ବିକାଶ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତାଲିମ କେନ୍ଦ୍ର ଠାରେ ଜୁନିୟର ରେଡକ୍ରସ ସୋସାଇଟି ତରଫରୁ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପୂର୍ବତନ ଜୁନିୟର ରେଡକ୍ରସ ଅଫିସର ଧର୍ମ ସିଂ ମିଶ୍ର ଓ ପୂର୍ବତନ ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ସୁବାଷ ଚନ୍ଦ୍ର ପଟେଲ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନ ଶିକ୍ଷକ ଦିଲିପ ଯୋଶୀ, ସୁଧାଂଶୁ ମିଶ୍ର, ସୁନୀଲ ବେହେରା, ଚିତ୍ତରଞ୍ଜନ ପଣ୍ଡାଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରରୁ ଆସିଥିବା ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ସମେତ ମୋଟ ୩୧ଜଣ ରକ୍ତଦାନ କରିଥିଲେ ।

jayashree
Leave A Reply

Your email address will not be published.