pakka

କୂଅ ମଧ୍ୟରେ ଜଙ୍ଗଲୀ ବରାର୍ହ

bbehera

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା, ଶଢଙ୍ଗୀ ବନଖଣ୍ଡ ଅଧିନସ୍ଥ ରତନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚଣ୍ଡିଆ ଗ୍ରାମର ଏକ ପରିତ୍ୟକ୍ତ କୂଅ ମଧ୍ୟରେ ଏକ ଜଙ୍ଗଲୀ ବରାର୍ହ ଆଜି ସକାଳୁ ପଡି ଯାଇଥିଲା । ଏହାର ଓଜ଼ନ ପ୍ରାୟ ଏକ କ୍ୱିଣ୍ଟାଲରୁ ଅଧିକ ହେବ । ଏ ବିଷୟରେ ସଂଗେ ସଂଗେ ଶଢଙ୍ଗୀ ବନଖଣ୍ଡ ଅଧିକାରୀଙ୍କୁ ଜଣାଇ ଦିଆଯାଇଥିଲା । ବନ ବିଭାଗ ଆସିବା ପୂର୍ବରୁ ଗ୍ରାମର ଯୁବ ସଂଗଠନ ବରାର୍ହଟିକୁ ବଞ୍ଚେଇ ରଖିବା ପାଇଁ କଦଳୀ ଗଛ କୂଅ ମଧ୍ୟରେ ପକାଇ ଥିଲେ । ଯଦ୍ୱାରା ବରାର୍ହ ଗଛ ଉପରେ ବସି ଭାସି ଥିଲା । ପ୍ରାୟ ତିନି, ଚାରି ଘଣ୍ଟା ବିଳମ୍ବରେ ଖଙ୍କିରା ଫରେଷ୍ଟ ବିଟରୁ ଫରେଷ୍ଟ ଗାର୍ଡ ଦୁଷ୍ମନ୍ତ ସିଂଙ୍କ ତତ୍ତ୍ୱାବଧାନରେ ଜଙ୍ଗଲ ବିଭାଗ କର୍ମଚାରୀ ଓ ଗ୍ରାମବାସୀଙ୍କ ସହଯୋଗରେ ଜଙ୍ଗଲୀ ବରାର୍ହଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନିଶ୍ଚନ୍ତା ସଂରକ୍ଷିତ ଜଙ୍ଗଲରେ ଛଡା ଯାଇଥିଲା । ଏହି ଉଦ୍ଧାର କାର୍ଯ୍ୟରେ ୟୁନାଇଟେଡ଼ ଫ୍ରେଣ୍ଡଷ୍ କ୍ଲବର ସଦସ୍ୟ ମାନେ ସହଯୋଗ କରିଥିଲେ । ସୂଚନା ଅନୁଯାୟୀ ରତନପୁର ପଂଚାୟତଟି ନିଶ୍ଚନ୍ତା ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଥିବାରୁ ଜଙ୍ଗଲୀ ଜନ୍ତୁ ମାନେ ଅବାଧରେ ପ୍ରବେଶ କରି ଗ୍ରାମରେ ଅନେକ କ୍ଷତି ଘଟାଇଥାନ୍ତି । ଜଙ୍ଗଲର ଚତୁଃପାର୍ଶ୍ୱରେ ଟ୍ରେଞ୍ଚ କରାଯିବା ପାଇଁ ବାରମ୍ବାର ଦାବି ସତ୍ତ୍ୱେ ଜଙ୍ଗଲ ବିଭାଗ ପଦକ୍ଷେପ ନ ନେବା ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

Leave A Reply

Your email address will not be published.

seventeen − 14 =