pakka

ତନ୍ତ୍ର-ମନ୍ତ୍ର ସାହାଯ୍ୟରେ ପକ୍ଷାଘାତ ରୋଗର ଚିକିତ୍ସା ପାଇଁ ଯାଇଥିବା ମହିଳା ତାନ୍ତ୍ରିକ ଦ୍ୱାରା ଦୁଷ୍କର୍ମର ଶିକାର

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ପକ୍ଷାଘାତ ମହିଳା ରୋଗୀ ତାଙ୍କ ଚିକିତ୍ସା ପାଇଁ ତାନ୍ତ୍ରିକ ପାଖକୁ ଯାଇଥିବା ବେଳେ ତାନ୍ତ୍ରିକ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ ତାନ୍ତ୍ରିକ ଜଣକ ବାହାନା କରି ମହିଳାଙ୍କ ସ୍ୱାମୀଙ୍କୁ ୧୦କିଲୋମିଟର ଦୂରକୁ ପଠାଇ ଦେବା ପରେ ମହିଳାଙ୍କୁ ବଳାତ୍କାର କରିଥିଲା । ସ୍ୱାମୀ ଫେରିବା ପରେ ପୀଡିତା ତାଙ୍କୁ ତାନ୍ତ୍ରିକର ଏଭଳି ଆସୁରିକ ଆଚରଣ ବିଷୟରେ କହିଥିଲେ । ଏହା ପରେ ସ୍ୱାମୀ-ସ୍ତ୍ରୀ ଦୁହେଁ ପୋଲିସ ଷ୍ଟେସନରେ ପହଂଚିି ତାନ୍ତ୍ରିକ ବିରୋଧରେ ବଳାତ୍କାର ମାମଲା ରୁଜ୍ଜୁ କରିଥିଲେ । ମାମଲା ପଞ୍ଜିକରଣ ପରେ ଅଭିଯୁକ୍ତ ତାନ୍ତ୍ରିକ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲା । ଏବେ ଖୋଜୁଛି ପୋଲିସ । ଏପର୍ୟ୍ୟନ୍ତ ଅଭିଯୁକ୍ତର କୌଣସି ପତ୍ତା ମିଳି ନଥିବା ସୂଚନାରୁ ଜଣାପଡ଼ିଛି । ଆଜାଦ ନଗର ଥାନା ଅଧିକାରୀ ଇନ୍ଦ୍ରେଶ ତ୍ରିପାଠୀ କହିଛନ୍ତି ଯେ, ଇନ୍ଦୋର ଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଅବସ୍ଥିତ ଏକ ଗାଁରେ ରହୁଥିବା ଜଣେ ମହିଳା ଗତ ଦୁଇବର୍ଷ ଧରି ପକ୍ଷାଘାତ ରୋଗରେ ପୀଡିତ ଥିଲେ । ସେ ଦୀର୍ଘ ସମୟ ଧରି ଚିକିତ୍ସିତ ହେଉଥିଲେ, କିନ୍ତୁ ବିଶେଷ କିଛି ସୁଫଳ ମିଳୁ ନଥିଲା । ଜଣେ ଗ୍ରାମବାସୀ ତାଙ୍କୁ କହିଥିଲେ ଯେ, ତାଙ୍କ ଉପରେ କିଛି ତାନ୍ତ୍ରିକ ପ୍ରଭାବ ରହିଥିବାରୁ ତାଙ୍କ ଉପରେ କୌଣସି ଔଷଧ କାମ କରୁନାହିଁ । ରୀତିନୀତି ଅନୁଯାୟୀ ସେ କୌଣସି ତାନ୍ତ୍ରିକଙ୍କ ପାଖକୁ ଯିବାକୁ କହିଥିଲେ । ଏହାଦ୍ୱାରା ସେ ଶୀଘ୍ର ଆରୋଗ୍ୟ ହୋଇପାରିବେ ବୋଲି ପରାମର୍ଶ ଦେଇଥିଲେ । ଏହା ପରେ ମହିଳା ଜଣକ ତାଙ୍କ ସ୍ୱାମୀ ଏବଂ ଦୁଇ ପିଲାଙ୍କ ସହ ଇନ୍ଦୋରର ଆଜାଦ ନଗର ପୋଲିସ ଷ୍ଟେସନ ଅଂଚଳରେ ରହୁଥିବା ଆସିଫ ବାବାଙ୍କ ଘରେ ପହଂଚିଥିଲେ । ସଂପୃକ୍ତ ମହିଳାଙ୍କ ଉପରେ ତାନ୍ତ୍ରିକ ପ୍ରଭାବ ରହିଥିବା କହି ଆସିଫ ବାବା ମହିଳାଙ୍କ ଚିକିତ୍ସା ପାଇଁ ପ୍ରତିଶୃତି ଦେଇଥିଲେ । ତାନ୍ତ୍ରିକ ରୀତିନୀତି ପୂଜାପାଠ ପରେ, ଆସିଫ ବାବା ଏକ ବୁଜୁଳା ତିଆରି କରି ପୀଡିତାଙ୍କ ସ୍ୱାମୀଙ୍କୁ ଦେଲା ଏବଂ ପ୍ରାୟ ଦଶ କିଲୋମିଟର ଦୂରରେ ଏହାକୁ ଫିଙ୍ଗିବା ପରେ ଫେରିବାକୁ କହିଥିଲା । ମହିଳାଙ୍କ ସ୍ୱାମୀ ବାବାଙ୍କ କହିବା ଅନୁଯାୟୀ ସେହି ବୁଜୁଳାକୁ ବନ୍ଧା ଯାଇଥିବା ଜିନିଷ ଫିଙ୍ଗିବା ପାଇଁ ଚନ୍ଦନ ନାଗରର ଏକ ସ୍ଥାନକୁ ଯାଇଥିଲେ । ସ୍ୱାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଛଳନାକାରୀ ତାନ୍ତ୍ରିକ ବାବା ମହିଳାଙ୍କୁ ବଳାତ୍କାର କରିଥିଲା । ସେହି ସମୟରେ ମହିଳାଙ୍କ ଉଭୟ ସନ୍ତାନ ଅନ୍ୟ ଏକ କୋଠରୀରେ ଶୋଇଥିଲେ । ଅଭିଯୁକ୍ତ ଜଣକ ନିଜ ସ୍ୱାମୀଙ୍କୁ ଏ ବିଷୟରେ ଜଣାଇବାକୁ ମନା କରି ଦେଇଥିଲା । ତାନ୍ତ୍ରିକ ମହିଳାଙ୍କୁ ଧମକ ଦେଇଥିଲା ଯେ, ଯଦି ସେ କାହାକୁ କୁହନ୍ତି, ତେବେ ସେ ତନ୍ତ୍ର କରି ତାଙ୍କ ପରିବାରକୁ ଧ୍ୱଂସ କରିଦେବେ ।

Leave A Reply

Your email address will not be published.

20 + two =