ବରଗଡ଼ରେ ଯୁଗାର ଯାତ୍ରା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଦଶହରା ପୂର୍ଣ୍ଣିମା ଅବସରରେ ମା’ ଖଜୁରକଟିଏନ୍‌ଙ୍କ ଶାରଦୀୟ ପୂଜା ଆରମ୍ଭ ହୋଇଯାଇଛି । ବରଗଡ଼ ଟାଉନ ଖଜୁରଟିକ୍ରାରର ଅଧିଷ୍ଠାତ୍ରୀ ଦେବୀ ମା’ ଖଜୁରକଟିଏନ୍‌ଙ୍କ ଦଶହରା ପୂର୍ଣ୍ଣିମା ପୂଜା ଆଜି ସକାଳୁ ଆରମ୍ଭ ହୋଇଥିଲା । ମନ୍ଦିର ସଂଲଗ୍ନ ମା’ଙ୍କ ଖଜୁରକଟାରେ ଝାପ୍ସକର(ପୂଜକ) କଳସ ପୂଜାର୍ଚ୍ଚନା କରି ମନ୍ଦିରରେ ସ୍ଥାପନ କରାଯାଇଥିଲା । ପରେ ଆଜି ଦିନ ତମାମ ହୋମ୍ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ଭକ୍ତଙ୍କ ଦ୍ବାରା ମା’ଙ୍କୁ ମାନସିକ ଯୁଗାର ଅର୍ପଣ କରାଯାଇଥିଲା । ମା’ଙ୍କଠାରେ ପଶୁବଳି ବନ୍ଦ ହେବା ପରେ ଭକ୍ତମାନେ ମାନସିକ ଯୁଗାର ଭେଟି ଦେଉଛନ୍ତି । ଆଜି ଏହି ଉପଲକ୍ଷେ ଅନେକ ଭକ୍ତ ଭିନ୍ନ ଉଚ୍ଚତା ବିଶିଷ୍ଟ ଖଇରେ ତିଆରି ଯୁଗାରକୁ ସୁନ୍ଦର ଭାବେ ସଜ୍ଜିତ କରି ଶୋଭାଯାତ୍ରାରେ ବାହାରି ମା’ଙ୍କ ମନ୍ଦିରକୁ ଆଣିଥିଲେ । ସେଠାରେ ମା’ଙ୍କଠାରେ ଭୋଗ ଲାଗି ହେବା ପରେ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଇଥିଲା । ଆଜି ଓ୍ବାର୍ଡ ନଂ. ୭ ନୂଆପଡ଼ାରୁ ମାନସିକ ଯୁଗାର ଶୋଭାଯାତ୍ରାରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ନଗର ପାଳ ପ୍ରଶାନ୍ତ ବେହେରା, ଭରତ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.

4 × 4 =