ନୂଆ ସଭ୍ୟଙ୍କ ଆମ୍ ଆଦମୀ ପାର୍ଟିରେ ଯୋଗଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ବରଗଡ଼ ଜିଲ୍ଳାରେ ଆମ୍ ଆଦମୀ ପାର୍ଟିର ସଂଗଠନକୁ ମଜବୁତ କରିବା ଲକ୍ଷ୍ୟରେ ଆପ୍‌ର କର୍ମକର୍ତା ସମ୍ମିଳନୀ ଓ ନୂଆ ସଭ୍ୟ ଯୋଗଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ନେତା ଦିଲୀପ ବାର୍ଳା, ଯୁବ ସଂଗଠକ ଖିରେନ୍ଦ୍ର ଗିରନାର, ଆଜମ ଖାନ ସମେତ ପାଇକମାଲ, ଅତାବିରା, ପଦ୍ମପୁର, ଭଟଲି ବ୍ଲକର ଅନେକ ସଭ୍ୟ ଯୋଗ ଦେଇଥିଲେ । ଦିଲ୍ଲୀର ଶିକ୍ଷା, ସ୍ୱାସ୍ଥ୍ୟ, ୨୦୦ ୟୁନିଟ ଫ୍ରି ବିଜୁଳି, ବସ ସେବା ମାଗଣା, ବାର୍ଦ୍ଧକ୍ୟ ଭତ୍ତା ୨୫୦୦ ଟଙ୍କା ଭଳି ଯୋଜନାରେ ଆକୃଷ୍ଟ ହୋଇ ଆମ୍ ଆଦମୀ ପାର୍ଟି ବରଗଡ଼ରେ ଯୋଗ ଦେଇଛନ୍ତି । ଜିଲ୍ଲା ଆବାହକ ଭବାନୀ ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ନିଃସ୍ୱାର୍ଥପର ଭାବେ ଲୋକଙ୍କ ସେବା କରିବାକୁ କହିଥିଲେ । ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ମହିଳା ନେତ୍ରୀ ମରିୟମ ବାର୍ଳା, ଯୁବ ସଂଗଠନ ପୋଲୁସ୍ତ ସାହା ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

3 × 2 =