csstore

ବରଗଡ ଜିଲ୍ଲା ଯୁବ ମୋର୍ଚ୍ଚା ଯୋଗ ସଂଯୋଜକ ହେଲେ ଅକ୍ଷୟ କୁମାର ପ୍ରଧାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଅମିତ ପଣ୍ଡାଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଯୁବ ମୋର୍ଚ୍ଚା ଜିଲ୍ଲା କମିଟିରେ ଝାରବନ୍ଧ ବ୍ଲକ ଯୁବ ନେତା ଅକ୍ଷୟ କୁମାର ପ୍ରଧାନଙ୍କୁ ଯୁବ ମୋର୍ଚ୍ଚାର ଯୋଗ ସଂଯୋଜକ ଭାବେ ସ୍ଥାନ ମିଳିଥିବାରୁ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ନୂତନ ଭାବେ ମନୋନୀତ ଅକ୍ଷୟ ପ୍ରଧାନ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅମିତ ପଣ୍ଡାଙ୍କୁ ନିଜର କୃତଜ୍ଞତା ଜଣାଇବା ସହ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ତଥା ପଦ୍ମପୁର ଅଞ୍ଚଳର ଯୁବନେତା ପ୍ରୀତେଶ ବହିଦାର, ଜିଲ୍ଲା ଉପସଭାପତି ସରୋଜ ସାମଲ, ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ସମେତ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ପ୍ରଧାନ ହେଉଛନ୍ତି ଝାରବନ୍ଧ ବ୍ଲକ ବେହେରାଡୁବୁରି ଗ୍ରାମର ବାସୀନ୍ଦା ।

jayashree
Leave A Reply

Your email address will not be published.