om academy

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

jsm

ବରଗଡ଼, (ନିରୋଜ କୁମାର ପାଣୀ) : ପାର୍ବଣ ଋତୁରେ ସାରା ଅଞ୍ଚଳ ଚଳଚଞ୍ଚଳ ଥିବା ବେଳେ ବରଗଡ଼ ତୁରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ସୂଚନା ମୁତାବକ ଆଜି ସକାଳ ଭୋର ୫ଟା ସମୟରେ ତୁରା ପ୍ରଧାନ ଟିକ୍ରାରେ ଥିବା ରୁଗୁଡିବନ୍ଧକୁ ସେହି ଗ୍ରାମର ଦେବାନନ୍ଦ ସାହୁ(୩୫) ଓ ତାଙ୍କ ସ୍ତ୍ରୀ ଗାଧୋଇବାକୁ ଯାଇଥିଲେ କୌଣସି କାରଣରୁ ପୋଖରୀ ପାଣିରେ ଦେବାନନ୍ଦ ବୁଡ଼ି ଯାଇଥିଲେ । ଘଟଣା ସ୍ଥଳରେ ଉପସ୍ଥିତ ଥିବା ଦେବାନନ୍ଦଙ୍କ ସ୍ତ୍ରୀ ମାମି ସାହୁ ଜୋରରେ ଚିତ୍କାର କରିବାରୁ ସ୍ଥାନୀୟ ବାସିନ୍ଦା ନରେନ ସାହୁ ଓ ଇନ୍ଦ୍ରଜିତ ସାହୁ ଗଭୀର ପାଣିରୁ ଦେବେନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ ପରେ ସଙ୍ଗେ ସଙ୍ଗେ ତାଙ୍କୁ ପରିବାର ଲୋକେ ବରଗଡ଼ ସହର ମଧ୍ୟରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବରଗଡ଼ ଟାଉନ ଥାନାରେ ଏକ ଅପମୃତ୍ୟ ମାମଲା ୩୭/୨୧ରୁଜୁ ହୋଇ ଘଟଣାଟିର ଅନୁସନ୍ଧାନ ଜାରୀ ରହିଥିବା ସୂଚନା ମିଳିଛି । ମୃତ ଯୁବକଙ୍କ ଏକ ୩ବର୍ଷର ପୁଅ ଶ୍ରେୟାନ୍ସ, ସ୍ତ୍ରୀ ମାମି ମିଶ୍ର ସମେତ ଜଣେ ଭାଇ, ୩ ଜଣ ଭଉଣୀ ଏବଂ ମା’, ବାପା ରହିଥିବା ଜଣାପଡ଼ିଛି । ଏପରି ହଟାତ ଦେବେନ୍ଦ୍ରଙ୍କ ମୃତ୍ୟକୁ ସହଜରେ ପରିବାର ଲୋକେ ଗ୍ରହଣ କରି ପାରୁ ନାହାନ୍ତି । ତାଙ୍କ ପରିବାର ସମେତ ସମଗ୍ର ତୁରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.