om academy

ବାରମ୍ବାର ଅନୁରୋଧ ସତ୍ତ୍ୱେ ହେଲାନି ଯୋଖିପାଲି ତଲିପଡ଼ା ଡ୍ରେନ : ପଡ଼ାବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଦର ଗ୍ରାମର ଜଗନ୍ନାଥ ମନ୍ଦିର ତଳିପଡାରେ ଥିବା ଡ୍ରେନ ଅନେକ ରୋଗର ବାହକ ସାଜିଛି ଯାହା ଫଳରେ ପ୍ରତିବର୍ଷ ପଡ଼ାବାସୀ ହଇଜା ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଏହି ନାଲାଟିରେ ବହିଯାଉଥିବା ଅପରିଷ୍କାର ପାଣି ଦ୍ୱାରା ପଡାବାସୀ ଅନେକ ରୋଗାକ୍ରାନ୍ତ ହେଉଛନ୍ତି । ଦୀର୍ଘବର୍ଷ ଧରି ଏଭଳି ଅସ୍ୱାସ୍ଥ୍ୟକର ପରିବେଶରେ ବସବାସ କରୁଛନ୍ତି ପଡ଼ାବାସୀ କିନ୍ତୁ ତାଙ୍କର ଦୁଃଖ ଲାଘବ କରିବା ପାଇଁ ସ୍ଥାନୀୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଉନାହିଁ । ବାରମ୍ବାର ଅନୁରୋଧ ପରେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଏଥିପ୍ରତି ଧ୍ୟାନ ନ ଦେବାରୁ ବାଧ୍ୟ ହୋଇ ଅଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପଡାର ସମସ୍ତ ଆବର୍ଜନାକୁ ବହନ କରୁଥିବା ଏହି ଡ୍ରେନ ଦିନକୁ ଦିନ ବିଭିନ୍ନ ରୋଗର ଗନ୍ତାଘର ସାଜିଛି । ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ତଥା ସରପଞ୍ଚଙ୍କୁ ଅନୁରୋଧ କଲେ ମଧ୍ୟ ଏହି ସମସ୍ୟାକୁ ସମାଧାନ କରିପାରୁ ନଥିବା ଅଭିଯୋଗ ହୋଇଛି । ଯଥାଶୀଘ୍ର ଏଥିପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଏହି ପଡାରେ ଗୋଟିଏ ଉନ୍ନତ ଧରଣର ଡ୍ରେନ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ଥାନୀୟ ସଚେତନ ନାଗରିକ ଅନୁରୋଧ କରିଛନ୍ତିି ।

Leave A Reply

Your email address will not be published.