om academy

ନାଳରେ ଭାସିଗଲେ ୨ ଯୁବକ

jsm

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ବାଙ୍ଗରଡ଼ା ଗ୍ରାମ ପାଖ ଦେଇ ଯାଇଥିବା ରାଉତରାୟ ନାଳକୁ ମଙ୍ଗଳବାର ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା କାରଣରୁ ୨ ଜଣ ଯୁବକ ଭାସିଯାଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଗନ୍ନାଥ ସେଠୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣେ ଯୁବକ ବଳରାମ ଡାକୁଆ ନିଖୋଜ ଅଛନ୍ତି । ସୂଚନା ଅନୁସାରେ, ଗ୍ରାମର ଜଗନ୍ନାଥ, ଟୁକୁନା ଚୌଧୁରୀ ଏବଂ ବଳରାମ ୩ ଜଣ ସାଙ୍ଗ ହୋଇ ରାଉତରାୟ ନାଳକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ପାଣିର ପ୍ରଖର ସ୍ରୋତରେ ପ୍ରଥମେ ଜଗନ୍ନାଥ ଭାସି ଯାଇଥିଲେ । ଏହା ଦେଖି ନାଳ ହିଡ଼ରେ ଠିଆ ହୋଇଥିବା ବଳରାମ ତାଙ୍କୁ ଉଦ୍ଧାର କରିବାକୁ ପାଣିକୁ ଡେଇଁ ପଡ଼ିଥିଲେ । ପାଣିର ପ୍ରଖର ସ୍ରୋତରେ ସେ ମଧ୍ୟ ଭାସି ଯାଇଥିଲେ । ପାଖରେ ଥିବା ଟୁକୁନା ନାଳର ଗଭୀର ଜଳରୁ ଜଗନ୍ନାଥଙ୍କୁ ଉଦ୍ଧାର କରିଥିବା ବେଳେ ବଳରାମଙ୍କୁ ଉଦ୍ଧାର କରିପାରିନଥିଲେ । ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଥିବା ଜଗନ୍ନାଥଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ ପହଞ୍ଚି ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ଅଗ୍ନିଶମ ବାହିନୀକୁ ଜଣାଇଥିଲେ । ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲୁରଖିଥିବା ବେଳେ ବଳରାମଙ୍କ ପତ୍ତା ମିଳିନାହିଁ ।

Leave A Reply

Your email address will not be published.