csstore

ବାସୁଦେବଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ରାଜ୍ୟ ସରକାର ବିଫଳ : ଗାଁ ଗାଁ ବୁଲି ସାହାଯ୍ୟ ମାଗୁଛନ୍ତି ଯୁବ ସଂଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗାଁର ୩୨ବର୍ଷିୟ ଯୁବକ ବାସୁଦେବ ନାଏକ । ସେ କିଛି ଦିନ ହେଲା ଜଟିଳ ରୋଗରେ ଅସୁସ୍ଥ ଅଛନ୍ତି । ତାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ବିଭିନ୍ନ ସମୟରେ ଉପରଝରର ଯୁବ ସଂଗଠନର ଉଦ୍ୟମରେ ଗାଁରେ ଟଙ୍କା ଆଦାୟ କରି ସାହାଯ୍ୟ କରୁଛନ୍ତି । ତାଙ୍କ ଚିକିତ୍ସା ପାଇଁ ଅଧିକ ଟଙ୍କା ଆବଶ୍ୟକ ପଡ଼ୁଥିବାବେଳେ । ଉପରଝର ଗାଁର ଯୁବ ସଂଗଠନ ପକ୍ଷରୁ ଏକ ଅଭିନବ ଉପାୟରେ ସହାୟତା ଆଶା ଲୋଡୁଛନ୍ତି । ଉପରଝର ବସ୍ ଷ୍ଟେସନରେ ଥିବା ଆକାଶ ପାନ ଦୋକାନରେ ଯୁବ ସଂଗଠନର କର୍ମକର୍ତ୍ତାମାନେ ଏକ ଦାନ ବାକ୍ସ କରି ସହାୟତା ଭିକ୍ଷା କରିଛନ୍ତି । ରାସ୍ତାରେ ଯାଉଥିବା କିମ୍ବା ପାନ ଦୋକାନକୁ ଆସୁଥିବା ଅନେକ ସହୃଦୟ ବ୍ୟକ୍ତି ଏହି ଦାନ ବାକ୍ସକୁ ଦେଖି ଯୁବ ଗୋ‌ଷ୍ଠୀର ଅଭିନବ ଉପାୟକୁ ଧନ୍ୟବାଦ ଦେବା ସହ କିଛି ବ୍ୟକ୍ତି ଦାନ କରୁଥିବା ଦେଖାଯାଉଛି । ସୂଚନା ଯୋଗ୍ୟ ଯେ, ବାସୁଦେବ ନାଏକ ସ୍ୱସ୍ଥ୍ୟରେ ଗୁରୁତର ଅବସ୍ଥା ଥିବାରୁ ଓ ଡାକ୍ତରଙ୍କ ପରାମର୍ଶ କ୍ରମେ ଠିକ ଭାବେ ଚିକିତ୍ସା ହେଲେ ଖୁବ ଶୀଘ୍ର ସୁସ୍ଥ ହେବା ସମ୍ଭାବନା ରହିଛି । ଏଥିପାଇଁ ସ୍ଥାନୀୟ ଯୁବ ସଂଗଠନ ପକ୍ଷରୁ ଅଭିନବ ଉପାୟରେ ସାହାଯ୍ୟ ଭିକ୍ଷା କରାଯାଉଛି । ଉପରଝର ଯୁବ ସଂଗଠନର ଆକାଶ ବିଶ୍ଵାଳ, ରମେଶ ମହାପାତ୍ର, ରଞ୍ଜନ ପଧାନ, ଚୈତନ୍ୟ ବାରିକ, ଡୁଲେଶ୍ୱର ବେହେରା ସହ ଅନ୍ୟ ସଦସ୍ୟମାନଙ୍କ କହିବା ଅନୁସାରେ, ପ୍ରତି ସନ୍ଧ୍ୟାରେ ଦାନ ବାକ୍ସ ଧରି ଗାଁ ଗାଁ ବୁଲି ସ୍ୱାସ୍ଥ୍ୟ ସେବା ପାଇଁ ସାହାଯ୍ୟ ଭିକ୍ଷା କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ, ବାସୁଦେବଙ୍କୁ ପ୍ରଥମେ ବିଶାଖାପାଟନା ସ୍ଥିତ ସେଭେନ ହିଳ୍ସ ଡାକ୍ତରଖାନା ପରେ ବାଙ୍ଗାଲୋର୍ ପ୍ରଶାନ୍ତିକୁ ନେଇଥିଲେ । ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ଼ରେ କୌଣସି ସହାୟତା ପାଇଲେ ନାହିଁ । ବିଫଳ ହୋଇ ଫେରିବା ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ବର୍ତ୍ତମାନ ଚିକିତ୍ସିତ ହେଉଥିବା କହିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ଼ ଠିକ ଭାବେ କାମ ଲାଗୁ ନାହିଁ । ତେଣୁ ଏଥିପ୍ରତି ସରକାର ଉପଯୁକ୍ତ କାର୍ଯ୍ୟାନୁ‌ଷ୍ଠାନ କରିବାକୁ ସାଧାରଣରେ ଦାବୀ ହେଉଛି ।

jayashree
Leave A Reply

Your email address will not be published.