csstore

ଘୁନସର କଲେକରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରର ଆଜି ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୩୧ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟା ରିତା ରାଣୀ ହାତୀ ମୁଖ୍ୟ ଅତିଥି, ରାଜନୀତି ଅଧ୍ୟାପକ ମୋହନ ଚରଣ ବାଗ, ନିରାକାର ସାହୁ, ନାରାୟଣ ବୁଡ଼େକ, ଅମିତାଭ କୁମାର ପୁଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗ୍ରାମଞ୍ଚଳର ପ୍ରତିଭାଙ୍କୁ ଉଜାଗର କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ, ଏହି କାର୍ଯ୍ୟକ୍ରମର ଏକ ନିଆରା ପଦକ୍ଷେପ ଯୋଗୁଁ ଯୁବପିଢ଼ିମାନେ ଆଗକୁ ବଢ଼ିପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସୁକୁମାର ସାହୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରୁ ସରୋଜ ରଣା, ଶତୃଘନ ଗହୀର, ସାଧୁ ରଣା, ବିଷ୍ଣୁ ଭୋଇ, ନିରଞ୍ଜନ ରଣା ପ୍ରମୁଖ ସହଯୋଗ କରିଥିଲେ । କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

jayashree
Leave A Reply

Your email address will not be published.