csstore

ଟିଟିଲାଗଡ଼ ମାରୱାଡି ଯୁବା ମଞ୍ଚ ତରଫରୁ ଅଗଷ୍ଟ ୨୫ରେ ହେବ ସାଇକ୍ଲୋଥୋନ୍‌

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୁସ୍ଥ ଓ ଫିଟ୍‌ ଭାରତର ବାର୍ତ୍ତା ଦେବା ପାଇଁ ତଥା ମିଶନ ସୁସ୍ଥ ଭାରତ ଅନ୍ତର୍ଗତ ଟିଟିଲାଗଡ଼ ମାରୱାଡି ଯୁବା ମଞ୍ଚ ତରଫରୁ ଆସନ୍ତା କାଲି ରବିବାର ସକାଳେ ଏକ ସାଇକେଲ ରାଲି ଆୟୋଜିତ କରାଯିବା ନେଇ ମାରୱାଡି ଯୁବା ମଞ୍ଚ ତରଫରୁ ଘୋଷଣା କରାଯାଇଛି । ହାଇସ୍କୁଲ ଖେଳ ପଡିଆରେ ସକାଳ ୬.୩୦ ସମୟରେ ପହଞ୍ଚି ପଞ୍ଜୀକୃତ କରାଯିବା ନେଇ ସଭାପତି ରାଜା କମାନି ସୂଚନା ଦେଇଛନ୍ତି । ଆଜି ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖେତ୍ରି ଏହି ସାଇକ୍ଲୋଥୋନ୍‌ରେ ଭାଗ ନେଉଥିବା ପ୍ରତିଯୋଗୀଙ୍କ ପାଇଁ ଟି ସାର୍ଟ ଲୋକାର୍ପଣ କରିଥିଲେ । ଏହି ଅବସରରେ ମାରୱାଡି ଯୁବା ମଞ୍ଚର ସଦସ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.