pakka

ଜିଲ୍ଲା ଯୁବ କୁଲତା ସମାଜର ତରଫରୁ ରକ୍ତଦାନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମର ତପିସା ସାହୁ (୭୦) କିଡନୀ ସମସ୍ୟା ହେତୁ ଗତ ୨ତାରିଖରୁ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ଶରିରରେ ରକ୍ତ ପରିମାଣ କମିବାକୁ ଲାଗିଲା । ତପିସା ସାହୁଙ୍କ ପୁତ୍ର ଅଗସ୍ତି ସାହୁ ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ରକ୍ତ ପାଇଁ ସହାୟତା ମାଗିଥିଲେ । ଖବର ପାଇବା ମାତ୍ରେ ଜିଲ୍ଲା ଯୁବ ସଭାପତି ଅସୀମ ଭୋଇଙ୍କ ନେତୃତ୍ୱରେ ପଦମ୍‌ପୁର ଗ୍ରାମର ସକ୍ରିୟ ଯୁବ ସଦସ୍ୟ ସୁଧିର ସା ରକ୍ତଦାନ କରି ତପିସା ସାହୁଙ୍କ ଜୀବନ ବଂଚାଇଥିଲେ । ଯୁବ କୁଲୁତା ସମାଜର ସଦସ୍ୟ ସୁଧିର ସାଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ଶ୍ରୀମତୀ ସାହୁଙ୍କ ପରିବାର ତଥା ପୁଇଁନ୍ତଲା ବ୍ଲକ ଯୁବ କୁଲୁତା ସମାଜର ସଦସ୍ୟ ଗଣ କୃତଜ୍ଞତା ଜ୍ଞାପନ କରିଛନ୍ତି ।

jay balangir
Leave A Reply

Your email address will not be published.

20 − 14 =

error: Content is protected !!