pakka

ସି.ଏସ୍ ଫାଉଣ୍ଡେସନ୍ ପରୀକ୍ଷାରେ ଜେଏସ୍‌ଏମ୍‌ କଲେଜର ସଫଳତା

ବଲାଙ୍ଗିର, (କେପିଏନଏସ) : ସ୍ଥାନୀୟ ଜେଏସ୍‌ଏମ୍‌ କଲେଜ ସି.ଏସ୍ ଫାଉଣ୍ଡେସନ୍ ଜୁନ୍-୨୦୨୧ ପରୀକ୍ଷାରେ ପୁଣି ଥରେ ସଫଳତା ହାସଲ କରିଛି । ଜେଏସ୍‌ଏମ୍‌ ବାଣିଜ୍ୟ ବିଭାଗ କଲେଜର ଜଣେ ଛାତ୍ର ସୌରଭ ଅଗ୍ରଓ୍ବାଲ ସି.ଏସ୍ ଫାଉଣ୍ଡେସନ୍ ପରୀକ୍ଷା- ଜୁନ୍ ୨୦୨୧ରେ ଉତ୍ତୀର୍ଣ୍ଣ ହୋଇ ପିତାମାତା ଓ ଗୁରୁଜନଙ୍କ ନିମନ୍ତେ ଗୌରବ ସାଜିଛନ୍ତି । ଆଗମୀ ଦିନଗୁଡିକରେ ସେ ତାଙ୍କର ସି.ଏସ୍ ଫା‍ଇନାଲ ପରୀକ୍ଷା ସମାପ୍ତ କରି ଏକ ଉତ୍ତମ ସି.ଏସ୍ ହୋଇ ଲୋକଙ୍କ ସେବା କରିପାରିବା ପାଇଁ ତାଙ୍କର ଲକ୍ଷ୍ୟ ରହିଛି । ପୁଣି ଏହି ଶିକ୍ଷା ଅନୁଷ୍ଠାନକୁ ମଧ୍ୟ ଅଶେଷ ଧନ୍ୟବାଦ ଜ୍ଞାପନ କରଛନ୍ତି ସୌରଭ । ଆଗକୁ ମଧ୍ୟ ଏହି ଶିକ୍ଷା ଅନୁଷ୍ଠାନର ଅନେକ ଛାତ୍ରଛାତ୍ରୀ ସି.ଏ. ଓ ସି.ଏସ୍ ପରୀକ୍ଷା ଦେବା ନିମନ୍ତେ ମନୋନୀତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

eighteen − 3 =