om academy

କରୋନା ନିୟମ ଉଲଂଘନ ନେଇ ଦୁଇ ମେଡିକାଲ ଷ୍ଟୋରକୁ ସିଲ୍‌ ସହ ଜୋରିମାନା ପକାଇଲା ପ୍ରଶାସନ

jsm

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜିର ଦୁଇ ଔଷଧ ଦୋକାନକୁ ସୋମବାର ଦିନ ସ୍ଥାନୀୟ ପ୍ରଶାସନ କରୋନା ନିୟମ ଉଲଘଂନ ଯୋଗୁଁ ସିଲ୍‌ କରିବା ସହିତ ପାଂଚ ହଜାର ଟଙ୍କା ଲେଖାଏଁ ଜୋରିମାନା କରିଛି । ଅନୁସଂଧାନରୁ ଜଣାଯାଏ ଯେ, କଂଟାବାଂଜି ସହରରେ ଦିନକୁ ଦିନ କରୋନା ମହାମାରୀ ରୋଗର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବା ସ୍ଥଳେ ରୋଡ ନଂ.୪ ସ୍ଥିତ କ୍ରିଷ୍ଣା ମେଡିକାଲ ଷ୍ଟୋର ଓ ରୋଡ ନଂ.୨ ସ୍ଥିତ ବର୍ଷା ମେଡିକାଲ ଷ୍ଟୋରରେ ଆବଶ୍ୟକ ସଂଖ୍ୟକ ଠାରୁ ଅଧିକ ଜନଗହଳି ଥିବା ବେଳେ କରୋନା କଟକଣା ସଂପୂର୍ଣ୍ଣ ଫେଲ ମାରୁଥିବାରୁ ପ୍ରଶାସନ ଏହି ଦୁଇ ମେଡିକାଲ ଷ୍ଟୋରକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସିଲ୍‌ କରିଛି । ସିଲ୍‌ କରିବା ବେଳେ ସ୍ଥାନୀୟ ତହସିଲଦାର ତଥା ଏକ୍‌ଜ୍ୟୁକ୍ୟୁଟିଭ ମାଜିଷ୍ଟ୍ରେଟ ଅଶୋକ କୁମାର ମାଝି, ଥାନା ଆଇ.ଆଇ.ସି. ସତ୍ୟଜିତ କନ୍ଦନକେଲ, ସବ୍‌ ଇନ୍ସପେକ୍ଟର ପ୍ରଦୀପ କୁମାର ଦୁରିଆ ଉପସ୍ଥିତ ଥିଲେ ।

Leave A Reply

Your email address will not be published.