pakka

ବେଆଇନ ବାଲି ଚାଲାଣ : ଟ୍ରାକ୍ଟରକୁ ୨୦ ହଜାର ଟଙ୍କା ଜୋରିମାନା

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଉନ୍ଦେର ନଦୀରୁ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଦୁଇଟି ଟ୍ରାକ୍ଟରରୁୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସିନ୍ଧେକେଲା ଆର୍‌ଆଇ ଦୁର୍ଲ୍ଲଭ ନାଏକ ଓ ଚେନମ୍ୟାନ ଜନ ଭୋଇ ଚଢାଉ କରି ଦୁଇ ଟ୍ରାକ୍ଟର (ଓଡି ୦୩ ଏସ ୪୯୯୭ ଓ ଓଡି ୦୩ ଆର୍‌ ୪୧୬୬)କୁ ଅଟକ ରଖିଥିଲେ । ବାଲି ଚାଲାଣ ସଂପର୍କିତ କାଗଜପତ୍ର ଦେଖାଇ ନ ପାରିବାରୁ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀଙ୍କୁ ଜଣାଇଥିଲେ । ତାଙ୍କ ପରାମର୍ଶ ଅନୁଯାୟୀ ଜୋରିମାନା ଆଦାୟ କରିଥିଲେ । ଆଉ କିଛି ଗାଡି କାଗଜପତ୍ର ଦାଖଲ କରିଥିବାରୁ ସେହି ଗାଡି ଗୁଡିକୁ ଛାଡି ଦିଆଯାଇଥିଲା ।

Leave A Reply

Your email address will not be published.

17 + 13 =