pakka

ବଲାଙ୍ଗିର ପୌରସଂସ୍ଥା ମହିଳା କର୍ମଚାରୀ ଅଷ୍ଟମୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରସଂସ୍ଥା ମହିଳା କର୍ମଚାରୀ ଅଷ୍ଟମୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ବଲାଙ୍ଗିର ସହର ବେହେରାପାଲିର ବାଲି ତାଣ୍ଡି ଓରଫ୍‌ ଗୁଲ୍‌ଠୁ ବୋଲି ଜଣାପଡିଛି । ଗିରଫ ଗୁଲଠୁକୁ ଧରୁ ସନ୍‌ରିକ୍ରିଏସନ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଆସନ୍ତାକାଲି ସାମ୍ବାଦିକ ସମ୍ବିଳନୀରେ ପୋଲିସ ସବିଶେଷ ସୂଚନା ଦେବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖ ସନ୍ଧ୍ୟାରେ ବିଜାଖମନଠାରେ ଥିବା ଏମ୍‌ସିସିରେ ମଇଳା ଗାଡି ଧୋଇ ସାରି ନିଜ ଘରକୁ ଫେରୁଥିଲେ ଅଷ୍ଟମୀ । ଏମ୍‌ସିସି ଠାରୁ ୨୦୦ ମିଟର ଦୂରରେ ଅଷ୍ଟମୀକୁ ଅଟକାଇ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ ବାଲି । ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ ପ୍ରକୃତ କାରଣ କ’ଣ ତାହା ପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

19 − one =