ନୂଆଁ ତହସିଲଦାର ଯୋଗ ଦେବାର ୨ଦିନରେ ୨ଟି ବାଲି ବୋଝେଇ ଗାଡ଼ିରୁ ୪୦ ହଜାର ଟଙ୍କା ଜରିମାନା ଆଦାୟ

ଦେଓଗାଁ, (ମନିଷ କୁମାର ସାହୁ) : ପ୍ରତିଦିନ ଦେଓଗାଁ ତହସିଲ ଅଧୀନରେ ଥିବା ସୋନଗଡ଼ ନଦୀରୁ ଟ୍ରାକ୍ଟର ଓ ଡମ୍ପର ଯୋଗେ ବାଲି ଚୋରା ଚାଲାଣ ହୋଇଥାଏ । କିଛି ଦିନ ହେଲା ଦେଓଗାଁ ତହସିଲଦାରଙ୍କ ଅନୁପସ୍ଥିତ ଓ ଆରଆଇ.ମାନଙ୍କ ତଦାରଖ ଅଭାବରୁ ବାଲି ଚୋରା ଚାଲାଣ ବୃଦ୍ଧି ପାଇଥିଲା । ଗତ ୨ ତାରିଖ ଦିନ ନୂଆ ତହସିଲଦାର ଭାବେ ନାରାୟଣ ସାହୁ ଯୋଗ ଦେବା ପରେ ବାଲି ଚୋରା ଚାଲାଣ ଉପରେ ଚଢ଼ଉ କରୁଛନ୍ତି । ଉଚ୍ଚବାହାଲି ଘାଟରେ ଏକ ଜେସିବି ଦ୍ୱାରା ଟ୍ରାକ୍ଟରରେ ବାଲି ବୋଝେଇ ହେଉଥିବା ସମୟରେ ଚଢ଼ଉ କରି ଗାଡ଼ିକୁ ଜବତ କରି ୨୫ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ । ଠିକ୍ ସେହିପରି ଗୁରୁବାର ସେହି ଘାଟରେ (ଓଡି ୦୩ ଆର୍ ୪୨୦୦) ଟ୍ରାକ୍ଟରକୁ ଜବତ କରି ୧୫ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ ।

Leave A Reply

Your email address will not be published.