ଜଗଦମ୍ବା ଯୁବକ ସଂଘ ବଢେ଼ଇଲା ସହଯୋଗର ହାତ

ପାଟଣାଗଡ଼, (ରାଜେଶ ଦଣ୍ଡସେନା) : ଗଲା ଲଘୁଚାପ ବର୍ଷାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘୁନଘୁଟିପାଲି ଗ୍ରାମରେ ଘଟିଥିଲା ଏକ ଦୁଖଃଦ ଘଟଣା। ଲଗାଣ ବର୍ଷାରେ ଏକ ଗରିବ ପରିବାରର ଘର ଭାଙ୍ଗି ଯାଇଥିଲା ଏବଂ କାନ୍ଥ ପଡି ଦୀପା ବାରଲେଣ୍ଡିଆ ମୃତ୍ୟୁବରଣ କରିଥିଲେ ।
ବହୁତ ଦୁଃଖ କଷ୍ଟରେ ଜୀବନଯାପନ କରୁଥିବା ଏହି ପରିବାରର ଘର ଏବଂ ଝିଅଙ୍କର ମୃତ୍ୟୁ ଘଟିବା ଫଳରେ ଖୁବ ଭାଙ୍ଗି ପଡିଥିଲେ ଘରଲୋକେ । ଏହି କ୍ଷୟକ୍ଷତିର ସମୀକ୍ଷା କରି ସରକାର ଆର୍ଥିକ ସହଯୋଗ ଦେବେବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତା ଆଗରୁ ଗ୍ରାମର ଜଗଦମ୍ବା ଯୁବକ ସଂଘ ପକ୍ଷରୁ ପରିବାରକୁ ଯୋଗାଇ ଦିଆଯାଇଛି କିଛି ଆର୍ଥିକ ସହାୟତା । ସଂଘର ଯୁବକମାନେ ଗ୍ରାମରେ ଚାନ୍ଦା ଆଦାୟ କରି ବିପନ୍ନଙ୍କ ପରିବାରକୁ କିଛି ଆର୍ଥିକ ସାହାଯ୍ୟ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି । ଏହି ସଂଘ ଗ୍ରାମରେ ଯିଏ କିଡନି ଏବଂ କର୍କଟ ରୋଗରେ ପୀଡ଼ିତ ହେଲେ ମଧ୍ୟ ଏଭଳି ଚାନ୍ଦା ଆଦାୟ କରି ଗରିବ ପରିବାରମାନଙ୍କୁ ସହାୟତାର ହାତ ବଢାଇ ଥିବାର ନଜିର ରହିଛି । ଯୁବକସଂଘର ଏଭଳି ସାଧୁ ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳର ଲୋକେ ଭୁରି ଭୁରି ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.