pakka

ରାଜ୍ୟସ୍ତରୀୟ ଯୋଗାସନ କ୍ରୀଡା ବିଚାରକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

bbehera
  • ଜିଲ୍ଲାସ୍ତରୀୟ ଯୋଗାସନ କ୍ରୀଡା ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର, (ନିରୋଜ କୁମାର ପାଣୀ) : ରାଜ୍ୟ ଯେଗାସନ କ୍ରୀଡା ସଂଘ ତରଫରୁ ଆୟୋଜିତ ତ୍ରିଦିବସୀୟ ରାଜ୍ୟସ୍ତରୀୟ ଆଭାସୀ ଯୋଗାସନ କ୍ରୀଡା ବିଚାରକ ପ୍ରଶିକ୍ଷଣ ଶିବିର ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ସଂଘର ସଭାପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ପ୍ରଫେସର ମିଶ୍ର ବିଚାରକମାନଙ୍କର ନିରପେକ୍ଷତା ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ବ୍ୟୋମକେଶ ତ୍ରିପାଠୀ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଯୋଗର ଆବଶ୍ୟକତା ବିଷୟରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି କ୍ରୀଡା ବିଭାଗର ଯୁଗ୍ମ ସଂପାଦକ ଶୈଳେନ୍ଦ୍ର କୁମାର ଜେନା, କିଟ୍‌ କ୍ରୀଡା ବିଭାଗର ମହାଦିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ, ଜାତୀୟ ଯୋଗାସନ କ୍ରୀଡାର ଉପସଭାପତି ଡ. ସଞ୍ଜୟ ମାଲପାନି ଯୋଗ ଦେଇ କହିଲେ ଭବିଷ୍ୟତରେ ଯୋଗାସନ କ୍ରୀଡା ଅଲମ୍ପିକରେ ସ୍ଥାନ ପାଇବ ଏବଂ ସେଥିରେ ଭାରତୀୟମାନଙ୍କର ପ୍ରାଧାନ୍ୟ ରହିବ । ସେଥିପାଇଁ ଏବେଠାରୁ ବିଭିନ୍ନ ସ୍ତରରେ ପ୍ରୟାସ ଜାରି ରଖିବା ଦରକାର । ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୭୯ ବିଚାରକମାନେ ପ୍ରଶିକ୍ଷଣ ନେଇଥିବା ବେଳେ ଏଥିରେ ଯୋଗାସନ କ୍ରୀଡାର ବିଭିନ୍ନ ବିଚାର ପଦ୍ଧତି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଓଏସ୍‌ଏ, ଓଡିଶାର ସଭାପତି ଜିଲ୍ଲାସ୍ତରୀୟ ଯୋଗାସନ କ୍ରୀଡା ପ୍ରତିଯୋଗିତା ପାଇଁ ଘୋଷଣା କରିଥିଲେ ଏବଂ ଏଥିରେ ଚାରିଗୋଟି ବିଭାଗରେ ବିଭିନ୍ନ ବର୍ଗରୁ ଯଥା ୯+ ର ୧୪, ୧୪+୧୮ ଓ ୧୮+ରୁ ଅଧିକ ବୟସ ପ୍ରତିଯୋଗୀ ଅଂଶଗ୍ରହଣ କରିପାରିବେ ବୋଲି ସୂଚନା ପ୍ରଦାନ କରିଥିଲେ । ଏଥିରେ ଯୋଗାସନ କ୍ରୀଡା ସଂଘର ବୌଦ୍ଧ ଜିଲ୍ଲାର କର୍ମକର୍ତ୍ତା ଦେବାଶିଷ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହାର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଡା. ଭବାନୀ ଶଙ୍କର ପାଲ ଯୋଗଦେଇ ଯୋଗାସନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ବହୁ ପଦକ୍ଷେପ ସବୁ ନେଉଛନ୍ତି । କିଟ୍‌ ଆଧ୍ୟାତ୍ମିକତା ଓ ଯୋଗ ବିଭାଗର ମୁଖ୍ୟ ପ୍ରଫେସର ବିଶ୍ୱବନ୍ଦିତା କର ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଲେ ଯେ ଯୋଗ ଏଭଳି ଏକ ବିଜ୍ଞାନ ଯାହାକି ଏକା ସାଙ୍ଗରେ ମାନବର ଶରିରୀକ, ମାନସିକ ଓ ଆଧ୍ୟାତ୍ମିକ ଶକ୍ତିର ବିକାଶ କରିଥାଏ । ସମ୍ମାନିତ ଅତିଥି ଭାବେ ସୁଧାଂଶୁ ଶେଖର ଅଧିକାରୀ, ପ୍ରଭାରୀ ପତଞ୍ଜଳି ଯୋଗ ସମିତି, ଦିବାକର ହରିଚନ୍ଦନ, ନିର୍ଦ୍ଦେଶକ, କାନାଡା ବ୍ୟାଙ୍କ ଆଦି ଯୋଗଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ଆଇନଜୀବୀ ସରୋଜକାନ୍ତ ମହାପାତ୍ର, ଡ. ପବିତ୍ର କୁମାର ରଥ, ମମତା ମହାନ୍ତି, ଚନ୍ଦ୍ରକାନ୍ତ ବାରିକ, ରମାବଲ୍ଲଭ ମହାପାତ୍ର, ଶାନ୍ତମତି ଦାଶ, ପ୍ରକାଶ କୁମାର ଗୋଛି, ମଧୁସୂଦନ ବାରିକ, ଅଶ୍ୱିନୀ ପତି ଆଦି ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ । କିଟ୍‌ ଯୋଗ ବିଭାଗର ଅଧ୍ୟାପକ ତଥା କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଡ. ସଞ୍ଜୟ କୁମାର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ମୁଖ୍ୟ ପ୍ରଶିକ୍ଷକ ନିଖିଳ କୁମାର ଦଲାଇ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

sixteen + nineteen =

error: Content is protected !!