jsm

ପଦ୍ମପୁରର ବିଭିନ୍ନ ଅଦାଲତରେ ନୂତନ ସରକାରୀ ଓକିଲଙ୍କ କାର୍ଯ୍ୟରେ ଯୋଗଦାନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ବିଭିନ୍ନ ଅଦାଲତରେ ନୂତନ ସରକାରୀ ଓକିଲ (ଲ ଅଫିସର) ଭାବେ ବରିଷ୍ଠ ଆଇନଜୀବୀ ରାମରତନ ପୁରୋହିତ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର, ରାଜକିଶୋର ସାହୁ ଏସୋସିଏଟ ଲୟର, ଆନନ୍ଦ ପଣ୍ତା ଏଡିସିନା ଗମେଣ୍ଟ ପ୍ରସିକ୍ୟୁଟର ଭାବେ ଅତିରିକ୍ତ ଜିଲ୍ଲା ସେସନ ଜଜ୍ ପଦ୍ମପୁରଙ୍କ ଅଦାଲତରେ ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେହିପରି ଆଇନଜୀବୀ ଆଶିଷ କୁମାର ମିଶ୍ର, ଚିନ୍ମୟ ପଣ୍ତା, ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଭାବେ ଏସ.ଡି.ଜେ.ଏମ ପଦ୍ମପୁର ଏବଂ ଆଦିତ୍ୟ ରଥ, ଏସେସିଏଟ ଲୟର ଭାବେ ସଵ ଜଜ୍ ପଦ୍ମପୁର ଅଦାଲତରେ ବିଧିବଦ୍ଧ ଭାବେ କାର୍ଯ୍ୟ ଯୋଗଦାନ କରିଛନ୍ତି । ସେହିପରି ଧବଳେଶ୍ଵର ସାହୁ ଏବଂ ଲକ୍ଷଣ ସାହୁ ଆସିଷ୍ଟାଣ୍ଡ ପବ୍ଳିକ ପ୍ରସିକ୍ୟୁଟର ମାଜିଷ୍ଟ୍ରେଟଙ୍କ ଅଦାଲତରେ ନିଯୁକ୍ତି ପାଇଛନ୍ତି । ପ୍ରକାଶ ଥାଉକି, ବହୁ ବିଳମ୍ବରେ ଆଇନ ବିଭାଗ ଓଡିଶା ସରକାରଙ୍କ ପତ୍ରସଂଖ୍ୟା -୧ ଏଲଆର-୧୫/୨୦୨୪, ୨୧୭୪୧ ଏଡଡି ୨୦୨୫ ଡିସେମ୍ବର ୩୦ ଅନୁଯାୟୀ ବରଗଡ ଜିଲ୍ଲାରେ ନୂତନ ସରକାରୀ ଓକିଲଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଫଳରେ ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଥିବା ଆଇନଜୀବୀ ତଥା ଦଳୀୟ କର୍ମକର୍ତ୍ତାଙ୍କ ମହଲରେ ଖୁସି ପ୍ରକାଶ ପାଇଛି ।

yuvodaya
Leave A Reply

Your email address will not be published.