pakka

ଛତ୍ରପୁର ରୋଟାରୀ କ୍ଲବର ଆନୁଷ୍ଠାନିକ ସାମାରୋହରେ ରୋଟାରୀ ଗଭର୍ଣ୍ଣରଙ୍କ ଯୋଗଦାନ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବକୁ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧି ବୁଧବାର ଛତ୍ରପୁର ରୋଟାରୀ କ୍ଲବ ପରିଦର୍ଶନରେ ଆସିଥିଲେ । ଅନୁଷ୍ଠିତ ସାମାରୋହରେ ଅନୁଷ୍ଠାନର ଆଭିମୁଖ୍ୟ ଏବଂ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ଛତ୍ରପୁରର ରୋଟାରୀୟାନମାନଙ୍କୁ ସାଧୁବାଦର ସହ ଶ୍ରୀ ସୁବୁଦ୍ଧି କ୍ଲବର କର୍ମକର୍ତ୍ତାଙ୍କ ଭୁୟସୀ ପ୍ରସଂଶା କରିଥିଲେ । ଛତ୍ରପୁର ରୋଟାରୀ କ୍ଲବର ସଭାପତି ଏମ୍. ଧନଞ୍ଜୟ ରେଡ୍ଡୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ରୋଟାରୀ ଗଭର୍ଣ୍ଣର ଶ୍ରୀ ସୁବୁଦ୍ଧି ମୁଖ୍ୟଅତିଥୀ ଭାବେ ଯୋଗଦେଇ ରୋଟାରିୟାନମାନଙ୍କୁ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟରେ ସମସ୍ତେ ଏକାଠି ହୋଇ ସାମୂହିକ କାଯଅର୍୍ୟ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହା ସାଂଗକୁ ଛତ୍ରପୁର ରୋଟାରୀ କ୍ଲବ ପରିସରରେ ଏକ ଚକ୍ଷୁ ପରୀକ୍ଷା କେନ୍ଦ୍ର ସ୍ଥାପନ କରିବା ନିମନ୍ତେ ସହଯୋଗ କରିବେ ବୋଲି ସେ ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ଛତ୍ରପୁର ସହରର ସମାଜସେବୀ ଡମ୍ବରୁଧର ସାହୁ ଓ ଓକିଲ ପଦ୍ମଚରଣ ସାହୁଙ୍କ ସହଧର୍ମିଣୀ ଶ୍ରୀମତୀ ଗୋଲାପୀ ସାହୁ ନୂତନ ସଦସ୍ୟ ଭାବେ ସଂଶ୍ଳିଷ୍ଟ ହେଲେ । ଜିଲ୍ଲା ରୋଟାରୀ ଗଭର୍ଣ୍ଣର ଆନୁଷ୍ଠାନିକ ଭାବେ ତାଙ୍କୁ ପଦକରେ ସମ୍ମାନୀତ କରି ସଭ୍ୟଭୁକ୍ତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆସିଷ୍ଟାଣ୍ଟ ଗଭର୍ଣ୍ଣର ଅସିତ୍ ଦତ୍ତ, ରୋଟାରିୟାନ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସୁରଜିତ ସାମନ୍ତରାୟ ନିରଞ୍ଜନ ପାତ୍ର, ହାଇକୋର୍ଟ ଓକିଲ ପଦ୍ମ ଚରଣ ସାହୁ, ରମଣୀ ରଞ୍ଜନ ସାହୁ, ବିଘ୍ନେଶ୍ୱର ରଥ, ନିରୋଦ ନାୟକ, ଏସ୍. ରେଖା ମହାନ୍ତି, ସ୍ମରପ୍ରିୟା ପଲାଇ, ସ୍ବାଗତିକା ସାମନ୍ତରାୟଙ୍କ ସମେତ ବହୁ ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ଶେଷରେ ରୋଟାରୀ କ୍ଲବର ସମ୍ପାଦକ ଇ. ନାଗେଶ୍ୱର ରାଓ ଧନ୍ୟବାଦ ଦେଇଥିଲେ ।

jay balangir
Leave A Reply

Your email address will not be published.

seven + one =