pakka

ଫପସି ଛକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ

bbehera

ସଇଁତଲା : ଟିଟିଲାଗଡ଼ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ବଙ୍ଗୋମୁଣ୍ଡା ଅବକାରୀ ବିଭାଗ, ମୋବାଇଲ ଟିମ୍‌ ଓ ଟିଟିଲାଗଡ଼ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଂଜେଇ ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇବା ପରେ ସଇଁନ୍ତଲା ଥାନା ଅନ୍ତର୍ଗତ ବଡ଼ମାଲ ଗୋଲାବାରୁଦ କାରଖାନା ନିକଟସ୍ଥ ଫପସି ଭିଆଇପି ଛକ ସ୍ଥିତ ଘନଶ୍ୟାମ ଜେନାଙ୍କ ଅସ୍ଥାୟୀ ଘରୁ ବିପୁଳ ପରିମାଣରେ ଗଞ୍ଜେଇ ଠାବ କରାଯାଇଛି l ଦୀର୍ଘ ଦିନ ହେବ ଏହି ବ୍ୟକ୍ତି ଜଣକ ଗଞ୍ଜେଇ ଚୋରା ଚାଲାଣ ଜାରି ରଖିଥିବା ବେଳେ ଗଞ୍ଜେଇ ମାଫିଆ ଘନଶ୍ୟାମଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ l ଜବତ ଗଂଜେଇ ପ୍ରାୟ 3ରୁ 5 କୁଇଣ୍ଟାଲ ହେବ ବୋଲି ଅନୁମାନ କରାଯାଉଛି। ତେବେ ଏହି ଗଞ୍ଜେଇ ଚୋରା ଚାଲାଣ କରୁଥିବା ମାଷ୍ଟର ମାଇଣ୍ଡ କିଏ, ତାହା ବର୍ତମାନ ସୁଦ୍ଧା ଜଣାପଡି ନାହିଁ l

Leave A Reply

Your email address will not be published.

nineteen − twelve =