csstore

ସହଯୋଗ ଫାଉଣ୍ଡେସନ ଦ୍ୱାରା ଆସନ୍ତା ୨୧ରେ ଅନୁଷ୍ଠିତ ହେବ ସାମୁହିକ ଯୋଗ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମ ଆନ୍ତର୍ଜାତୀୟ ଯୋଗ ଦିବସ ୨୧ଜୁନ୍ ୨୦୧୫ରେ ସମଗ୍ର ବିଶ୍ୱରେ ପାଳନ କରାଯାଇଥିଲା । ଏହି ଦିନ କୋଟି କୋଟି ଲୋକ ଦୁନିଆରେ ଯୋଗ କରିଥିଲେ ଯାହା ଏକ ରେକର୍ଡ ଥିଲା । ଯୋଗ ହେଉଛି ବ୍ୟାୟାମର ଏକ ପ୍ରଭାବଶାଳୀ ରୂପ, ଯାହା ମାଧ୍ୟମରେ କେବଳ ଶରୀରର ଅଂଶ ନୁହେଁ, ମନ, ମସ୍ତିଷ୍କ ଏବଂ ପ୍ରାଣରେ ମଧ୍ୟ ସନ୍ତୁଳନ ସୃଷ୍ଟି ହୁଏ । ଶାରୀରିକ ଅସୁସ୍ଥତା ବ୍ୟତୀତ ଯୋଗ ଦ୍ୱାରା ମାନସିକ ସମସ୍ୟା ମଧ୍ୟ ଦୂର ହୋଇପାରିବ । ଯୋଗ ମନ ଏବଂ ଶରୀରର ଏକତାର ପ୍ରତିକ ଅଟେ ; ମନୁଷ୍ୟ ଏବଂ ପ୍ରକୃତି ମଧ୍ୟରେ ସମନ୍ୱୟ ରକ୍ଷା କରି, ସୁସ୍ଥତା ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ରଖି ଥାଏ । ଯୋଗ ଆମ ଭିତରେ ଏକତାର ଭାବନା ସୃଷ୍ଟି କରି ଜଳବାୟୁ ପରିବର୍ତ୍ତନ ସହିତ ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ୨୧ ଜୁନ୍ ୨୦୨୩ ସକାଳ ୬ରୁ ୮ଟା ପର୍ଯ୍ୟନ୍ତ ଗାନ୍ଧୀ ଷ୍ଟାଡିୟମରେ ସହଯୋଗ ଫାଉଣ୍ଡେସନ ଏବଂ ଅନ୍ୟାନ୍ୟ ୨୩ ସଂଗଠନ ମିଶି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବେ । ମୁଙ୍ଗେର ଯୋଗଗୁରୁ ସ୍ୱାମୀ ବିଜ୍ଞାନ ଚୈତନ୍ୟ ଜିଙ୍କ ଦ୍ୱାରା ଏହି ଯୋଗ ଶିବିର ପରିଚାଳିତ ହେବ । ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା ସିଂହଦେଓ, ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା, ପୋଲିସ ଅଧୀକ୍ଷକ ଋଷିକେଶ ଖିଲାରୀ, ନଗରପାଳିକା ଅଧ୍ୟକ୍ଷ ଶ୍ରୀମତୀ ଲିକା ସାହୁ ଅତିଥି ଭାବରେ ଯୋଗଦେବେ ବୋଲି ସୂଚନା ମିଳିଛି । ଆନ୍ତର୍ଜାତୀୟ ଯୋଗ ଦିବସ ଡ଼କ୍ଟର ପଞ୍ଚାନନ ପ୍ରଧାନ, ଆର୍ତତ୍ରାଣ ପାଢ଼ୀ, ପୀୟୁଷ ଅଗ୍ରୱାଲ, ଅବ୍ନିଶ ଅଗ୍ରୱାଲ, ପରେଶ ଅଗ୍ରୱାଲ, ପ୍ରଭାତ ଶ୍ରୀବାସ୍ତବ ଏବଂ ସହଯୋଗ ଫାଉଣ୍ଡେସନର ସମ୍ପାଦିକା ପିଙ୍କି ମୋଦୀ ଅଧିକରୁ ଅଧିକ ଲୋକ ଆନ୍ତର୍ଜାତୀୟ ଯୋଗ ଦିବସରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁରୋଧ କରିଛନ୍ତି ।

jayashree
Leave A Reply

Your email address will not be published.