pakka

+୨ ବିଜ୍ଞାନ ଫଳାଫଳ : ଜେଆଇଟିଏମ୍‌ କଲେଜ୍‌ର ୧୨୦ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜେଆଇଟିଏମ୍‌ କଲେଜର ୧୨୬ ଜଣ ଛାତ୍ରଛାତ୍ରୀ +୨ ବିଜ୍ଞାନ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିବା ବେଳେ ୧୨୦ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଛାତ୍ର ସୌରଭ ହୋତା ସମୁଦାୟ ୫୭୦(୯୫%) ମାର୍କ ଓ ପ୍ରଣଜିତ ରାୟଗୁରୁ ୫୬୦(୯୩.୩%) ମାର୍କ ରଖି କଲେଜ ପାଇଁ ପ୍ରଶଂସା ଆଣି ଦେଇଛନ୍ତି । ତେବେ ୮୦ ଜଣ ଛାତ୍ରଛାତ୍ରୀ ୭୦%ରୁ ଅଧିକ ଓ ୨୩ ଜଣ ଛାତ୍ରଛାତ୍ରୀ ୬୦%ରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଜେଆଇଟିଏମ୍‌ର ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି । ଶୀର୍ଷରେ ରହିଥିବା ଛାତ୍ର ସୌରଭ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ରୋଗୀ ସେବା କରିବା ପାଇଁ ଇଚ୍ଛା ପ୍ରକାଶ କରିଥିବା ବେଳେ ପ୍ରଣଜିତ ଭବିଷ୍ୟତରେ ସାମ୍ବାଦିକତା ପାଠ ପଢ଼ି ଜଣେ ଭଲ ସାମ୍ବାଦିକ ହେବା ପାଇଁ ମତ ରଖିଛନ୍ତି ।

jay balangir
Leave A Reply

Your email address will not be published.

one × 1 =