ରୋଟାରୀ କ୍ଲବର ସ୍ଥାପନା ଓ ଚାର୍ଟର ଦିବସ ସମାରୋହ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବର ସ୍ଥାପନା ଓ ଚାର୍ଟର ଦିବସ ସମାରୋହ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୯୮୬ ମସିହାରେ ଛତ୍ରପୁର ରୋଟାରୀ କ୍ଲବର ସ୍ଥାପନା ସଦସ୍ୟ ଓ ପ୍ରଥମ ସଭାପତି ତଥା ଛତ୍ରପୁରର ବରିଷ୍ଠ ଆଇନଜ୍ଞ ସୂର୍ଯ୍ୟନାରାୟଣ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଓ ରୋଟାରୀ ଜିଲ୍ଲା ନିର୍ବାହୀ ସମ୍ପାଦକ ଶ୍ରୀନିବାସ ପୃଷ୍ଟି ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଆସିକା ହସପିଟାଲର ଡା. ପଟ୍ଟନାୟକ, ବ୍ରହ୍ମପୁରର ଡା. ନିହାର ସାହୁ, ମ୍ୟୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡାକ୍ତର ଜ୍ଞାନେନ୍ଦ୍ର ପାତ୍ର, ସୁନ୍ଦରପୁର ସ୍ୱାସ୍ଥ୍ୟ ଓ ସୁସ୍ଥତା କେନ୍ଦ୍ରର ଡା. ମମତା ମିଶ୍ର ଓ ନରେନ୍ଦ୍ରପୁର ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ରର ଡା. ରାମାନୁଜ ପଟ୍ଟନାୟକଙ୍କୁ ରୋଟାରୀ ଜିଲ୍ଲା ଗଭର୍ଣ୍ଣରଙ୍କ ପ୍ରଦତ୍ତ ସମ୍ମାନପତ୍ର ପ୍ରଦାନ ସହ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା । ଚାର୍ଟର ସଭାପତି ପ୍ରଫୁଲ୍ଲ ପଟ୍ଟନାୟକ ନୂତନ ସଭାନେତ୍ରୀ ଏସ. ରେଖା ମହାନ୍ତି ଓ ସମ୍ପାଦିକା ସ୍ୱାଗତିକା ସାମନ୍ତରାୟଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଏମ. ଧନଞ୍ଜୟ ରେଡ୍ଡୀ, ଡଃ. ବିମଳ ପ୍ରସାଦ ସାହୁ ଓ ଇ. ନାଗେଶ୍ଵର ପ୍ରମୁଖ ସମ୍ବର୍ଦ୍ଧିତ ଡାକ୍ତରଙ୍କ ପରିଚୟ ପ୍ରଦାନ କରିଥିଲେ ।

ଏହି ଅବସରରେ ମନମୋହନ ମହାରଣା, ନୀରୋଦ ନାୟକ ଓ ସ୍ମରପ୍ରିୟା ପଲେଇଙ୍କୁ ନୂତନ ସଦସ୍ୟତା ଭାବେ ସ୍ୱିକୃତୀ ପ୍ରଦାନ କରାଯାଇଥିଲା । ସୁରଜିତ ସାମନ୍ତରାୟ ଉପସ୍ଥାନ ସଂଖ୍ୟା ପ୍ରଦାନ କରିଥିବା ବେଳେ ନିରଞ୍ଜନ ପାତ୍ର ସଭିଙ୍କୁ ସାଧୁବାଦ ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

18 − 5 =