csstore

ବୃକ୍ଷରୋପଣ କାର୍ଯ୍ୟକ୍ରମ : ବୃକ୍ଷ ହିଁ ଜୀବନ

ରାଉରକେଲା, (ସସ୍ମିତା ପ୍ରଧାନ) : ମିନାକ୍ଷୀ ଧର ଫାଉଣ୍ଡେସନ ଓ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ସୁନ୍ଦରଗଡ ଜିଲ୍ଲା ଶାଖାର ମିଳିବ ଆନୁକୁଲ୍ୟରେ ପିଏମ ଶ୍ରୀ ଉଚ୍ଚବିଦ୍ୟାଳୟ ଏନ୍ଆଇଟି ମ୍ୟାମ୍ପସ,ରେ ପ୍ରଧାନଶିକ୍ଷୟିତ୍ରୀ ସୁଦୀପ୍ତା ବେହେରାଙ୍କ ଆବାହକତ୍ୱ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ସମ୍ପାଦିକା ନିରୁପମା ପତିଙ୍କ ସଭାପତିତ୍ୱ, ମିନାକ୍ଷୀଧର ଫାଉଣ୍ଡେସନର ପ୍ରତିଷ୍ଠାତା ନଳିନୀକାନ୍ତ ଧରଙ୍କ ତତ୍ତ୍ଵାବଧାନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଲୋକ ସଂସଦର ରାଜ୍ୟ ସଂଯୋଜକ ଅବସରପ୍ରାପ୍ତ ମହାପ୍ରବନ୍ଧକ କୁମାର ବେହେରା ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭବେ ଗୋପବନ୍ଧୁ ପାଠାଗାର ଓ ବସୁଧୈବ କୁଟୁମ୍ବକମର ସମ୍ପାଦକ ହରିହର ଶତପଥି,ସମ୍ମାନିତ ଅତିଥିଙ୍କ ମଧ୍ୟରେ ଡ଼ଃ ସୁମନ ଦତ୍ତ,ସାମ୍ବାଦିକ ବିବେକ ଦାସ, ଶଶାଙ୍କ ସାହୁ, ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ସର୍ବଶ୍ରୀ ସରୋଜ କୁମାର ଜେନା, ଅଜୟ ରାଉତ, ମିନତୀ ଖମାରୀ, ପ୍ରମିଳା ଡୁଙ୍ଗଡୁଙ୍ଗ, ପୂଜା ସ୍ୱାଇଁ, ହରିଶଙ୍କର କାମିକା, ମମତା ସେନାପତି, ସୁଜାତା ,ସୁରେଖା ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅତିଥିମାନେ ବୃକ୍ଷରୋପଣର ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପରିଶେଷରେ ବିବେକାନନ୍ଦ ଆଦର୍ଶରେ ଅନୁପ୍ରାଣିତ ହେବା ନିମନ୍ତେ ଅତିଥି ମାନେ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ସଭାପତିତ୍ୱ କରୁଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.