ଟ୍ୟାଙ୍କର-ଟ୍ରକ ଦୁର୍ଘଟଣା, ୯ ଜୀବନ୍ତ ଦଗ୍ଧ

ଚନ୍ଦ୍ରପୁର : ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ଟ୍ୟାଙ୍କର ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣା ପରେ ନିଆଁଲାଗି ୯ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଗୁରୁବାର ରାତି ପ୍ରାୟ ସାଢେ ୧୦ଟାରେ ଏହି ଦୁର୍ଘଟଣା ଚନ୍ଦ୍ରପୁର-ମୁଲ୍‌ ରୋଡ୍‌ରେ ଘଟିଛି । ଚନ୍ଦ୍ରପୁର ଉପକଣ୍ଠ ଅଜୟପୁରରେ ଡିଜେଲ ବୋଝେଇ ଟ୍ୟାଙ୍କର କାଠ ନେଇ ଯାଉଥିବା ଟ୍ରକ ସହିତ ଧକ୍କା ହେବାରୁ ସେଥିରେ ନିଆଁ ଲାଗି ଯାଇଥିଲା । ଫଳରେ ୯ ଜଣ ନିଆଁରେ ପୋଡି ଯାଇ ପ୍ରାଣ ହରାଇଛନ୍ତି ବୋଲି ଚନ୍ଦ୍ରପୁର ଏସ୍‌ଡିପିଓ ସୁଧୀର ନନ୍ଦନୱାର କହିଛନ୍ତି ।

Leave A Reply

Your email address will not be published.

12 − ten =