pakka

ବାହାରେ ପଡିଥିବା ପଚାସଢା ଖାଦ୍ୟ ଖାଇ ବୁଲା ଗାଈଗୋରୁଙ୍କ ଯାଉଛି ଜୀବନ

bbehera

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରରେ ବୁଲା ଗାଈଗୋରୁଙ୍କ ପ୍ରାଦୁର୍ଭାବ କହିଲେ ନସରେ । ବିଚ୍‌ ରାସ୍ତା ଉପରେ, ସହରର ମୁଖ୍ୟ ଛକମାନଙ୍କରେ ତାଙ୍କ ନାଁରେ ରେଜିଷ୍ଟ୍ରି କଲା ପ୍ଲଟ ଭଳି ଛିଡା ହୋଇଥାନ୍ତି, ଇଚ୍ଛା ହେଲେ ବିଚ୍‌ ବଜାର ଉପରେ ଶୋଇ ପଡିଥାନ୍ତି । ଯେଉଁଠାରେ ପନିପରିବା ବଜାର ବସେ ସେ ପାଖେ ଏମାନଙ୍କୁ ବେଶୀ ଦେଖିବାକୁ ମିଳେ । ପରିବା କିଣିବା ପରେ ଯଦି ଗାଡିରେ ଓହଳେଇ ରଖା ଯାଇଥିବ ତାହେଲେ ଆଖି ପିଛୁଳାକେ ଟାଣି ନେଇ ଖାଇଦେବେ । ଯେହେତୁ ଏହି ବୁଲା ଗାଇଗୋରୁଙ୍କ ମାଲିକମାନେ ଅପାରଗ, କେବଳ କ୍ଷୀର ଦୁଇଁବା ପରେ ସେମାନଙ୍କୁ ଛାଡ଼ି ଦେବା ସାର ହୋଇଥାଏ । ଯେହେତୁ ଗାଈଗୋରୁଙ୍କୁ ଖାଇବାକୁ ଠିକ ଭାବେ ମିଳୁ ନାହିଁ ସେଥିପାଇଁ ଏମାନେ ସହରର ଗଳିକନ୍ଦି, ଅଳିଆ ଆବର୍ଜନା ଗଦା ହେଉଥିବା ସ୍ଥାନ, ଭୋଜି ହେଉଥିବା ସ୍ଥାନ ମାନଙ୍କରେ ଖାଇବା ପାଇଁ ପହଞ୍ଚି ଯାଉଛନ୍ତି। ପରିତାପର ବିଷୟ ଯେ ଏହି ଦୁଇ ମାସ ମଧ୍ୟରେ ତିନୋଟି ଗାଈଗୋରୁ ପଚାସଢ଼ା ଖାଦ୍ୟ ଖାଇ ମୃତ୍ୟୁ ବରଣ କରି ସାରିଲେଣି । ଏମାନଙ୍କ ଜୀବନର କିଛି ମୂଲ୍ୟ ନାହିଁ କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ହୋଟେଲ ମାନଙ୍କର ବାସି ଖାଦ୍ୟ ହେଉ କି ଭୋଜି ମାନଙ୍କରେ ବଳକା ରହି ଯାଉଥବା ବାସି ଖାଦ୍ୟ ଖାଇ ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପୌର ପରିଷଦ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ଆଜି ଏହି ଗାଈଗୋରୁଙ୍କ ଜୀବନ ଯାଉଛି ବୋଲି ଲୋକେ କହୁଛନ୍ତି । ଯେଉଁମାନେ ବିବାହ, ବ୍ରତ, ଜନ୍ମଦିନ ହେଉ କି ଶ୍ରାଦ୍ଧ ଭୋଜି ଦେବା ପରେ ବଳକା ରହୁଛି ଏଣେତେଣେ ଫିଙ୍ଗିବା ଯୋଗୁଁ ସେହି ଖାଦ୍ୟ ଖାଇ ଏମାନଙ୍କ ଜୀବନ ଯାଉଛି । ପୌର ପରିଷଦ ଏ ଦିଗରେ ଦୃଷ୍ଟି ଦେଇ ବଳକା ଖାଦ୍ୟ ଫିଙ୍ଗିବା ବ୍ୟବସ୍ଥା କଲେ ହୁଏତ ଏଭଳି ଘଟଣା ଘଟନ୍ତା ନାହିଁ ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି । ନିରୀହ ଗାଈଗୋରୁଙ୍କ ଜୀବନ ଯିବା କଣ ଠିକ ହେଉଛି କି ? ମାଲିକଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ମଧ୍ୟ ଘଟୁଛି, ଯେହେତୁ ସେମାନେ ପେଟପୁରା ଖାଇବାକୁ ଦେଇ ପାରୁ ନାହାନ୍ତି ସେଥିପାଇଁ ଗାଈଗୋରୁମାନେ ବୁଲି ବୁଲି ଏଣେତେଣେ ପଡିଥିବା ଖାଦ୍ୟ ଖାଇ ଏପରି ମରଣ ମୁହଁରେ ପଡ଼ୁଛନ୍ତି, ତା ସାଙ୍ଗକୁ ଲୋକଙ୍କ ସଚେତନତା ଅଭାବ ଯୋଗୁଁ ତାଙ୍କ ପାଇଁ ନିରୀହ ଗାଈଗୋରୁଙ୍କ ଜୀବନ ଯାଉଛି, ତାହେଲେ ଏମିତି ଆଉ କେତେଦିନ ଚାଲିବ ? ପୌର ପରିଷଦ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

jay balangir
Leave A Reply

Your email address will not be published.

3 × three =

error: Content is protected !!