ଦୁର୍ଘଟଣାରେ ଚାଲିଗଲା ଯୁବ ଇଞ୍ଜିନିୟରଙ୍କ ଜୀବନ

ସାଲେପୁର : ବାହାଘର ପାଇଁ ଛୁଟିରେ ଘରକୁ ଆସିଥିବା ବେଳେ ସଡକ ଦୁର୍ଘଟଣାରେ ଚାଲିଗଲା ଯୁବ ଇଞ୍ଜିନିୟରଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ସାଲେପୁର ମଖରାଖିଆ ଅଞ୍ଚଳରେ ଘଟିଥିବା ଜଣାପଡିଛି । ଯୁବ ଇଞ୍ଜିନିୟରଙ୍କ ଘର ରାଇସୁଙ୍ଗୁଡ଼ା ପଞ୍ଚାୟତ ଅଞ୍ଚଳରେ ବୋଲି ଜଣାପାଡିଛି । ସେ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ସାନ ପୁଅ ରଞ୍ଜନ କୁମାର ସ୍ୱାଇଁ ବୋଲି ପରିଚୟ ମିଳିଛି । ଏହା ଜଣାପଡିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ କଟକ ଚାନ୍ଦବାଲି ରାସ୍ତାର ସାଲେପୁର ମଖରାଖିଆ ଠାରେ ବାଇକ୍‌ ଯୋଗେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବାଡ଼ାରେ ପିଟି ହୋଇଥିଲେ । ଫଳରେ ଘଟଣାସ୍ଥଳରେ ରଞ୍ଜନଙ୍କ ପ୍ରାଣବାୟୁ ଉଡିଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସାଲେପୁର ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନା ମୁତାବକ ସେ ନିଜ ବାହାଘର ପାଇଁ ଛୁଟିରେ ଘରକୁ ଆସିଥିଲେ । ବାଙ୍ଗାଲୁରୁରେ ସେ ଜଣେ ଆଇଟି ଇଞ୍ଜିନିୟର ଭାବେ କାମ କରୁଥିଲେ ।

Leave A Reply

Your email address will not be published.

sixteen − 8 =