ବାପାଙ୍କ ଶବକୁ କାନ୍ଧ ଦେଲେ ୪ ଝିଅ

କୁଚିଣ୍ଡା : ବାପାଙ୍କ ଶବକୁ କାନ୍ଧ ଦେଇଛ‌ନ୍ତି ଚାରି ଝିଅ । ପୁଅ ନଥିଲେ ମଧ୍ୟ ପୁଅ ପରି କଲେ ସବୁ ଶେଷ କର୍ମ । ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ କେନ୍ଦୁଡିହି ଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଯାହା ଅନ୍ୟମାନଙ୍‌ଙ୍କ ପାଇଁ ପ୍ରେରଣା ପ୍ରଦାନ କରିଛି । ୯୧ ବର୍ଷରେ ବାପା ଚାଲିଯିବା ପରେ ୪ ଝିଅ ସମାଜର ସବୁ ନୀତି ନିୟମକୁ ବେଖାତିରି କରି ସମସ୍ତଙ୍କ ଆଗରେ ବାପାଙ୍କ ଶବକୁ କାନ୍ଧ ଦେଇଥିବା ଦେଖିବାକୁ ମିଳିଥିଲା । ଚାରି ଝିଅ‌ଙ୍କ ଏହି କାମକୁ ସାଧାରଣରେ ପ୍ରଶଂସା କରାଯାଇଛି । ମଙ୍ଗଳବାର ଦିନ ୯୧ ବର୍ଷ ବୟସ୍କ ଲକ୍ଷ୍ମଣ କିସାନଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କ ୪ ଝିଅ ନିଭେଇଛ‌ନ୍ତି ପୁଅର ଭୂମିକା । ବାପାଙ୍କ ପାର୍ଥିବ ଶରୀରକୁ କାନ୍ଧେଇ ନେଇଥିଲେ ୪ ଝିଅ। ତେବେ ସାନ ଝିଅର ପୁଅ ମୁଖାଗ୍ନି ଦେଇଥିବା ଖବରରେ କୁହାଯାଇଛି ।

Leave A Reply

Your email address will not be published.