
ଜୟପାଟଣା, (ଶେଷଦେବ ବେହେରା) : କାଳ ବୈଶାଖୀର ତାଣ୍ଡବରେ ଗତ ଏପ୍ରିଲ ପାଞ୍ଚ ତାରିଖ ରାତିରେ ଜୟପାଟଣା ବ୍ଲକ ଅନ୍ତର୍ଗତ ପତି ଗୁଡ଼ା ନିକଟରେ ରହିଥିବା ଡି ଡି ବିଲଡର ଙ୍କ ପ୍ଲାଣ୍ଟ ପରିସରରେ ଥିବା କ୍ୟାମ୍ପ ଗୃହ ଭୁଷୁଡି ଯିବା ଫଳରେ ଜଗୁଆଳି କେଶବ ବିଶି (୫୦)ଙ୍କ ମୃତ୍ୟୁ ହୋଇଯାଇଥିଲା । ମୃତକ ବିଶି ଏକମାତ୍ର ରୋଜଗାର କ୍ଷମ ଥିବା ବେଳେ ପରିବାରର ସମସ୍ତେ ତାଙ୍କ ଉପରେ ନିର୍ଭର କରି ଚଳୁଥିଲେ। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଆଞ୍ଚଳିକ କ୍ଷତ୍ରିୟ ସମାଜ ଓ କିଛି ବୁଦ୍ଧିଜୀବି ଡି ଡି ବିଲଡର ସଂସ୍ଥା ସାଙ୍ଗରେ ଯୋଗାଯୋଗ କରିଥଲେ। ଅନ୍ତେଷ୍ଟି ପାଇଁ ଠିକା ସଂସ୍ଥା ତତକ୍ଷଣାତ୍ ୫୧, ୦୦୦ଟଙ୍କା ପ୍ରଭାବିତ ପରିବାରକୁ ପ୍ରଦାନ କରିଥିବା ବେଳେ ପରବର୍ତ୍ତୀ ଛଅ ଲକ୍ଷ ଟଙ୍କା ଆଜି ପରିବାର ର ତିନିଜଣ ଙ୍କ ନାମରେ ମୂଖି ଗୁଡ଼ା ସ୍ଥିତ ୟୁକୋ ବ୍ୟାଙ୍କରେ ଜମା କରିଥିବା ସୁଚନା ମିଳିଛି । ଆଜି ଠିକା ସଂସ୍ଥା ର ସୁରେନ୍ଦ୍ର ଦୂବେ ମୃତକ ଙ୍କ ବିଧବା ପତ୍ନୀ ଜୟନ୍ତୀ ବିଶି, ଝିଅ ରଶ୍ମିତା ଓ ପୁଅ ଉମେଶଙ୍କ ପାସ ବୁକ୍ ରେ ଦୁଇ ଲକ୍ଷ ଲେଖାଏଁ ଜମା କରିଥିବା ସୁଚନା ମିଳିଛି । ବେଙ୍କ ଜମା ସମୟରେ ମୃତକଙ୍କ ଭାଇ ପରମା ବିଶି, ଶଳା ଚୈତନ୍ୟ ପୁଝାରୀ, ପ୍ରମୁଖ ଥିବା ବେଳେ ସାମାଜିକ କର୍ମୀ ଶେଷ ଦେବ ବେହେରା, ମାଣିକ୍ୟ ଜ୍ୟୋତି ପଣ୍ଡା, ଅସରଫ ଅଲ୍ଲୀ, ବିବେକାନନ୍ଦ ଚିନ୍ଦା ପ୍ରମୁଖ ଉପସ୍ଥିତ ରବି ପରିବାର ବର୍ଗଙ୍କୁ ଦୁର୍ଦ୍ଦିନ ସମୟରେ ସାହାସର ସହିତ ମୁକାବିଲା କରିବା ପାଇଁ ସାନ୍ତ୍ଵନା ଦେଇଥିଲେ ।