csstore

ଏସିଏସ୍‌ଟି ମିଳିତ ମଞ୍ଚ ପଦ୍ମପୁର ଉପଖଣ୍ଡ ତରଫରୁ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମିଳିତ ମଞ୍ଚ ପଦ୍ମପୁର ଉପଖଣ୍ଡ ତରଫରୁ ବହୁ ଧୁମ୍‌ଧାମ୍‌ରେ ଧରତୀ ଆବା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପଦ୍ମପୁର ସହରରେ ପାଳିତ ହୋଇଯାଇଛି । ସଭାପତି ଭୋଜରାଜ ବାଗଙ୍କ ନେତୃତ୍ୱରେ ରାଜାଜି ଟାଉନ ହଲ୍‌ ଠାରୁ ଏକ ବିରାଟ ବାଇକ୍‌ ରେଲି ବାହାରି ପଦ୍ମପୁର ସହର ପରିକ୍ରମା କରି ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଦୀପଦାନ କରି ରାଜବାଟି ଦେଇ ଥାନା ଛକକୁ ପହଂଚି ସେଠାରେ ବିର୍ସା ମୁଣ୍ଡାଙ୍କ ପ୍ରତିଛବିରେ ଫୁଲମାଲ୍ୟ ପ୍ରଦାନ କରିଥିଲେ । ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଆଜି ଠାରୁ ଥାନା ଛକକୁ ବିର୍ସା ମୁଣ୍ଡା ଛକ ଭାବେ ନାମିତ କରା ଯିବା ପାଇଁ ଘୋଷଣା କରିଥିଲେ । ମିଳିତ ମଞ୍ଚର ଉପ ସଭାପତି ନୀଳାମଣି ବରିହା, ସମ୍ପାଦକ ରଘୁନନ୍ଦନ ଦେଓ, ସହ ସମ୍ପାଦକ ମୋତିଲାଲ ବାଗ, କୋଷାଧ୍ୟକ୍ଷ ଅଚ୍ୟୁତାନନ୍ଦ ସେଠ, ଆବାହକ ଚନ୍ଦ୍ରହାସ୍ୟ ଜାଲ, ସଂଯୋଜକ ନବ ବରିହା, ସାଂସ୍କୃତିକ ସମ୍ପାଦକ ଗୋବର୍ଦ୍ଧନ ଛତର, ସଦସ୍ୟ ପ୍ରଦୀପ ମହାନନ୍ଦ, ଦେବରାଜ ସେଠ, ବିଶ୍ୱାମ୍ବର ଭୋଇ, ନରେଶ କୁମାର ଦାସ, କରୁଣାକର ବରିହା ପ୍ରମୁଖ ଯୋଗଦାନରେ ପଦ୍ମପୁର ଉପଖଣ୍ଡରେ ପ୍ରଥମ ଥର ପାଇଁ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ସଫଳ ରୁପାୟନ ହୋଇ ଏକ ଉଦାହରଣ ସୃଷ୍ଟି କରିଛି । ଭୋଜରାଜ ବରିହା, ସନ୍ତୋଷ ବେହେରା, ଟଙ୍କଧର କଣ୍ଟା, କୁଶ ତାଣ୍ଡି, ଗୋପବନ୍ଧୁ ସୁନା, ଗୋବିନ୍ଦ ତାଣ୍ଡି, ଗହଳ ମହାନନ୍ଦ, ଶ୍ୟାମ ବରିହା, ପ୍ରେମାନନ୍ଦ ବରିହା, ଜୁଗଳ ଭୋଇ, ସୁରେନ୍ ବରିହା, ବିଭୂତି ବରିହା, ଜଗନ୍ନାଥ ସେଠ୍ ପ୍ରମୁଖ ସାମିଲ ଥିଲେ । ଝାରବନ୍ଧ, ପାଇକମାଲ, ଗାଇସିଲେଟ ତଥା ପଦ୍ମପୁରରୁ ଶତାଧିକ ଯୁବକ ଯୋଗଦାନ ଦେଇଥିଲେ ।

jayashree
Leave A Reply

Your email address will not be published.