csstore

ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ

  • ଜନଜାତି ଲୋକଙ୍କ ଅଧିକାର ସୁରକ୍ଷିତ ରହିଲେ ବିର୍ସା ମୁଣ୍ଡାଙ୍କ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି ହେବ ବୋଲି ଅନେକ ବକ୍ତା ଅଭିବ୍ୟକ୍ତି ପ୍ରଦାନ କରିଥିଲେ

ମୋହନଗିରି, (କେପିଏନ୍‌ଏସ୍‌) : ଆଜି ମୋହନଗିରି ସ୍ଥିତ ଗୋଣ୍ଡୱାନା ଭବନ ଠାରେ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରୋ ବୈଦ୍ୟନାଥ ଭୋଇ ସଭାପତିତ୍ୱ କରିଥିବା ବେଳେ ବକ୍ତା ଭାବେ ଡ. କୌତୁକ ପନ୍ଦର ଯୋଗଦେଇ ବିର୍ସା ମୁଣ୍ଡାଙ୍କ ବିଷୟରେ ବିସ୍ତୃତ ଆଲୋଚନା କରି ଜନ୍ମ, କର୍ମ ଓ ସହିଦ ହେଇଥିବା ଉପରେ ଆଲୋଚନା କରି ଇଂରେଜ ସରକାରଙ୍କ ଜଳ-ଜଙ୍ଗଲ-ଜମିନ ନେଇ ଅତ୍ୟାଚାରକୁ ସାମ୍ନା କରି ନିଜର ଜୀବନ ଦେଇଥିଲେ ଓ କିଭଳି ଉଲଗୁଲାନ ଦେଇଥିଲେ ସେ ଉପରେ କହିଥିଲେ ଏବଂ ବିର୍ସାଙ୍କ ଚିନ୍ତାଧାରାକୁ ସବୁଦିନ ବଞ୍ଚେଇ ରଖିବାକୁ କହିଥିଲେ । ସାଂପ୍ରତିକ ସମୟରେ ପ୍ରକୃତି ସୁରକ୍ଷା ହେଲେ ହେଁ ଆମେ ସୁରକ୍ଷିତ ରହିବା, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ କିଭଳି ହେବ କହିଥିଲେ । ଆଲୋଚନାରେ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର ଧରୁଆ, ସମିତି ସଭ୍ୟ ଗୋକୁଳାନନ୍ଦ ବିଶ୍ଵାଳ ନିଜର ମତବ୍ୟକ୍ତ କରି ବିର୍ସାଙ୍କ ଇତିହାସ ଉପରେ ଆଲୋଚନା କରିଥିଲେ । ମକୁନ୍ଦ ପାତ୍ର, ବରୁଣ ପୁଟା, ସୁରସେନ୍ ପୁଟା, ପଦ୍ମନ ଧରୁଆ, ସୁଚନ୍ଦ୍ର ପାତ୍ର, ଲକ୍ଷ୍ମୀକାନ୍ତ ବେହେରା, ନାଗେଶ୍ଵର ପାତ୍ର, ଯେମନ୍ତ ପନ୍ଦର, ପୂର୍ଣ୍ଣିମା ଭୋଇ, ରଞ୍ଜିତା ମଲ୍ଲିକ, ନୂଆଦେଇ ପାତ୍ର, ରୁକୁଣି ଧରୁଆ, ଜୟନ୍ତୀ ପାତ୍ର, ମାୟାବତୀ ଧରୁଆ, ସସ୍ମିତା ଧରୁଆ, ଯଶୋଦା ଭୋଇ ଓ ଅନ୍ୟାନ୍ୟ ଜନସାଧାରଣ ଯୋଗଦାନ କରିଥିଲେ । ବିଦ୍ୟାଧର ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.