pr

ଲୋଇସିଂହରେ ଗାନ୍ଧୀ ଜୟନ୍ତୀ ପାଳିତ

dr. purohit

ଲୋଇସିଂହା, (ବିମଳେ‌ନ୍ଦୁ ସାହୁ) : ଗାନ୍ଧୀସ୍ମୃତି ପାଠାଗାର ଠାରେ ସଭାପତି କୁନା ଭୋଇଙ୍କ ଅଧ୍ୟକ୍ଷତାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । କୋଭିଡ କଟକଣାକୁ ଆଖି ଆଗରେ ରଖି ନିରାଡ଼ମ୍ବର ଭାବେ ଜୟନ୍ତୀ ପାଳନ କରାଯାଇଥିଲା । ପ୍ରାରମ୍ଭରେ ଅନୁଷ୍ଠାନର ଉପଦେଷ୍ଟା ସୁରେଶ ଅଗ୍ରୱାଲଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ ଆଶିଷ ଦଳାଇ କାର୍ୟ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ପୂର୍ଣ୍ଣ ମାହାଣା, ବିଭୁ ବେହେରା, ଶିବ ମେହେର, ସରୋଜ ମହାକୁର, ନିବାସ ମାହାନା, ଯଶବନ୍ତ ମାହାନା, ରାକେଶ ଦଳାଇ, କରୁଣା କର୍ତ୍ତୀ, ପ୍ରଦୀପ ଦଣ୍ଡସେନା ପ୍ରମୁଖ ସାମ୍ପ୍ରତିକ ପରିସ୍ଥିତିରେ ଗାନ୍ଧୀ ବିଚାରବାଦର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଅମନ, ଆୟୁଷଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.