jsm

ଗଣ୍ଡାବଜା ପତ୍ରିକା ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳିତ

csstore

ଲୋଇସିଂହା, (ଦେବାଶିଷ ମିଶ୍ର) : ସ୍ଥାନୀୟ ଅଗ୍ରସେନ ଭବନ ଲୋଇସିଂହା ଠାରେ ଭାରତ ରତ୍ନ ବାବା ସାହେବ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଗଣ୍ଡାବଜା ପତ୍ରିକା ତରଫରୁ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ସମାଜ ସଂସ୍କାରକ ଦିଲିପ ବେହେରା, ମୁଖ୍ୟବକ୍ତା ରୂପେ ଅଧ୍ୟାପକ ତଥା ସ୍ତମ୍ଭକାର କିଶୋର ମେହେର, ସମ୍ମାନିତ ଅତିଥି ରୂପେ ଉପାଧ୍ୟକ୍ଷ ମନମୋହନ ପଟେଲ, ପ୍ରଫେସର ସରୋଜ ଦାଶ, ସାମାଜିକ କର୍ମୀ ସୁଷମା ବଏ ଯୋଗଦାନ କରିଥିଲେ । ତ୍ରିଲୋଚନ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥିମାନେ ମତପ୍ରକାଶ କରିଛନ୍ତି ଯେ, ସମ୍ବିଧାନ ହିଁ ଦେଶକୁ ଠିକ୍‌ ଶାସନ ଦେଇ ପାରିବ । ପ୍ରତ୍ୟେକ ଲୋକ ସମ୍ବିଧାନ ଜାଣିବା ଉଚିତ । ସମ୍ବିଧାନ ଜାଣିଲେ ହିଁ ଗଣତନ୍ତ୍ର ସୁଦୃଢ ହେବ, ସମ୍ବିଧାନକୁ ଠିକ୍‌ ରୂପେ ଜାଣି ପାଳନ କଲେ ହିଁ ଆମ୍ବେଦକରଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହୋଇପାରିବ । ଏଣୁ ସରକାର ସମ୍ବିଧାନକୁ ଉପଯୁକ୍ତ ସମ୍ମାନ ସହିତ ସମସ୍ତଙ୍କ ମଧ୍ୟରେ ସମ୍ବିଧାନ ସଚେତନା କିପରି ସୃଷ୍ଟି ହୋଇପାରିବ, ସେ ଦିଗରେ ପଦକ୍ଷେପ ନେବା ଉଚିତ ବୋଲି ମତ ପ୍ରକାଶ କରିଥିଲେ । ସାମାଜିକ କ୍ଷେତ୍ରରେ ତଥା ଆମ୍ବେଦକର ବାଦର ପ୍ରସାର ଦିଗରେ ସାରା ଜୀବନ କାର୍ଯ୍ୟ କରିଥିବା ସାମାଜିକ କର୍ମୀ ପିତାମ୍ବର ବାରିକ, ଯୁବ ସମାଜସେବୀ ଅଶୋକ ବାରିକ, ସାରା ଜୀବନ ସାମାଜିକ କାର୍ଯ୍ୟ କରିଥିବା ସ୍ୱର୍ଗତ ଶିକ୍ଷକ ଗୋବିନ୍ଦ ତାଣ୍ଡିଙ୍କୁ ଗଣ୍ଡାବଜା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶଙ୍କର ନନ୍ଦ ମଂଚ ପରିଚାଳନା କରିଥିବା ବେଳେ ମକାରୁ ମହାନନ୍ଦ, ସନ୍ତୋଷ ନନ୍ଦ, ଶେଷ ବଏ, ହୀରା ବଏ, ଲତା ବଏ, ଲକ୍ଷ୍ମୀ ବଏ, ତପି ବଏ, ବିଲାସିନି ମୁଗ୍ରୀ, ସସ୍ମିତା ବଏ, ପଦ୍ମାବତୀ ବାରିକ, ଆନନ୍ଦ ଦୀପ, ରାମେଶ୍ୱର କୁମ୍ଭାର, ବୈଷ୍ଣବ ବିଭାର, ବୁଲୁ ଛତ୍ରିଆ, ଅନ୍ତ ଛତ୍ରିଆ, ଅନିଲ ତାଣ୍ଡି, ଆଲୋକ ଦୀପ, ଆନନ୍ଦ ବାରିକ, ସନ୍ତୋଷ ନାଗ, ରାମ ଗୋପାଳ ଦୀପ, ପ୍ରେମଶିଳା ମହାନନ୍ଦ ଶତାଧିକ ଆମ୍ବେଦକ ପ୍ରେମୀ ଯୋଗଦାନ କରିଥିଲେ ।

yuvodaya
Leave A Reply

Your email address will not be published.