ଭକ୍ତ ଦାସିଆ ପୀଠରେ ପବିତ୍ର ମହାବୀର ଜୟନ୍ତୀ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠ, ବାଲିଗାଁଠାରେ ପବିତ୍ର ମହାବୀର ଜୟନ୍ତୀ ଉତ୍ସବରେ ପୀଠସ୍ଥ ମହାପ୍ରଭୁ ଶ୍ରୀଜଗନ୍ନାଥ ତଥା ପ୍ରତ୍ୟେକ ପାଖର ଦେବା ଦେବୀଙ୍କ ଦେବନୀତି, ନୂତନ ବସ୍ତ୍ର ପରିଧାନ, ନାମ ସଂକୀର୍ତ୍ତନ ସହିତ ମହାବୀର ଜୟନ୍ତୀ ଉପଲକ୍ଷେ ହନୁମାନ ଚାଳିଶା ପାଠ ସହ ସମାଧି ପୀଠରେ ଅଖଣ୍ଡ ନାମ ସଂକୀର୍ତ୍ତନ ଓ ଏକ ଦିବସୀୟ ହୋମଯଜ୍ଞ ଭକ୍ତ ଦାସିଆ ସ୍ମୃତି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ହୋମ କର୍ମରେ ବରିଷ୍ଠ ସଦସ୍ୟ ବ୍ରଜ ମୋହନ ମହାନ୍ତି ଓ ତାଙ୍କର ଧର୍ମପତ୍ନୀ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ପୂଜକ ଲକ୍ଷ୍ମୀଧର ପାଢ଼ୀ, ସହାୟକ ପୂଜକ ଲକ୍ଷ୍ମୀଧର ଦିକ୍ଷିତ୍‍ ହୋମ କର୍ମ ସଂପାଦନ କରିଥିଲେ ।

ଏହି ଅବସରରେ ଆଞ୍ଚଳିକ କମିଟିର ସଦସ୍ୟମାନଙ୍କୁ ନେଇ ଆୟୋଜିତ ସଭା ଏମସ୍‍, ଭୁବନେଶ୍ୱରର ପ୍ରାକ୍ତନ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନର ସଂପାଦକ ଡଃ ଘନଶ୍ୟାମ ସ୍ୱାଇଁ ଚଳିତ ମାସରେ ୮ ଜଣ ପ୍ରାଥମିକ ସଦସ୍ୟଙ୍କ ନାମ ତାଲିକା ପାଠ କରିବା ପରେ ସଭାପତିଙ୍କ ଅନୁମୋଦନ ପରେ ସେମାନଙ୍କ ସଦସ୍ୟତାକୁ ପଞ୍ଜିକୃତ କରାଇଥିଲେ । ଉକ୍ତ ସଭାରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଚିତ୍ତରଞ୍ଜନ ସେନାପତି, ଆଇନ୍‌ଜୀବୀ, ସରୋଜ କୁମାର ପରିଡ଼ା, ଅନନ୍ତ କୁମାର ସାହୁ, ରାଜନ ଛାଟୋଇ, ଜୟକୃଷ୍ଣ ରାଉତ, ସ୍ୱୟଂପ୍ରକାଶ ପରିଡ଼ା, ପବିତ୍ର କୁମାର ମଲ୍ଲିକ, ଅକ୍ଷୟ କୁମାର ବେହେରା, ଲକ୍ଷ୍ମୀଧର ଲେଙ୍କା, କୃଷ୍ଣଚନ୍ଦ୍ର ଲେଙ୍କା, ଲକ୍ଷ୍ମୀଧର ସାହୁ, ଅର୍ଜ୍ଜୁନ ଚରଣ ମାଝି, ସୁକାନ୍ତ କୁମାର ପଣ୍ଡା, ଚରଣ ପରିଡ଼ା, ରମେଶ ଚନ୍ଦ୍ର ପ୍ରଧାନ, ପ୍ରଫୁଲ କୁମାର ବିଶ୍ୱାଳ, ଯୋଗେନ୍ଦ୍ର କୁମାର ସାହୁ, ସଞ୍ଜୟ କୁମାର ସାହୁ, କୃଷ୍ଟଚନ୍ଦ୍ର ଲେଙ୍କା, ଗୌରହରି ମହାନ୍ତି, ଚନ୍ଦ୍ରଶେଖର ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସର୍ବଶେଷରେ ଉପସ୍ଥିତ ସମସ୍ତ ଭକ୍ତଙ୍କୁ ମହାବୀରଙ୍କ ପ୍ରସାଦ ବିତରଣ କରାଯାଇଥିଲା ।

Leave A Reply

Your email address will not be published.