csstore

ଅଙ୍କୁର ଶିଶୁ ସାହିତ୍ୟ ସଂସଦର ଦଶମ ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଙ୍କୁର ଶିଶୁ ସାହିତ୍ୟ ସଂସଦର ଦଶମ ପ୍ରତିଷ୍ଠା ଦିବସ ସଭାପତି କସ୍ତୁରୀ ରଥଙ୍କ ଅଧ୍ୟକ୍ଷତାରେ ମହାବିଷୁବ ସଂକ୍ରାନ୍ତି ଦିନ ସନ୍ଧ୍ୟାରେ ଟାଉନ ବାଳିକା ବିଦ୍ୟାଳୟର ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଶିଶୁର ମନ ଚଳ ଚଂଚଳ, ଶିଶୁ କ୍ଷୁଦ୍ର ନୁହେଁ ବିରାଟ ଏବଂ ଶିଶୁର ମନର କଥାକୁ ଶିଶୁ ସାହିତ୍ୟିକ, କବିମାନେ ଠଉରେଇ ପାରନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ପାର୍ବଣରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଶିଶୁ ସାହିତ୍ୟ ସର୍ଜନା ପାଇଁ ରଘୁନାଥ ବାବୁଙ୍କୁ “ଅଙ୍କୁର ଶିଶୁ ସାହିତ୍ୟ ସମ୍ମାନ” ପ୍ରଦାନ କରାଯାଇଥିଲା । ସଂପାଦକ ଡା. ଅଶୋକ କୁମାର ସେଠୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅନୁଷ୍ଠାନର ସଂସ୍ଥାପକ ମଦନ ମୋହନ ରଥ ଅନୁଷ୍ଠାନର ଭବିଷ୍ୟତ ରୂପରେଖ ଉପରେ ମତ ରଖିଥିଲେ । ପୂର୍ବରୁ ଧିରେନ୍ଦ୍ର ନାରାୟଣ ସିଂହଦେଓଙ୍କ ସଂଯୋଜନାରେ ଏକ କବିତା ପାଠ ହୋଇଥିଲା । ଏହି କବିତା ପାଠରେ ହୃଷିକେଶ ପୁରୋହିତ, ବଳିଷ୍ଠ ପ୍ରଧାନ, ରତୀ ରଣା, ପୂଜା ସେଠ, ତପସ୍ୱିନୀ ପଶାୟତ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଧର୍ମେନ୍ଦ୍ର ପ୍ରଧାନ, ଜ୍ୟୋତିରାଣୀ ମିଶ୍ର, ଗିରିଜା ଶଙ୍କର ରଥ, ବ୍ରହ୍ମାନନ୍ଦ ବନଛୋର, କପିଳ ପତି, ରମାକାନ୍ତ ନାଏକ, ମୃଗେଶ ବୈଷ୍ଣବ ପାଣିଗ୍ରାହୀ, ସବିତା ମହରା, ଉମେଶ ବିଶ୍ୱାଲ ଓ ଚୁମକି ଦାଶ ସ୍ୱରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ସିତାଂଶୁ ନାୟକ, ମଧୁ ସାହୁ, ସୁନାଧର ବନଛୋର, ଚୁଡେନ୍ଦ୍ର କୁମାର ବେହେରା, ଅରୁଣ ଖୁଆସ ଓ କହ୍ନେଇ ଭରାସାଗର । ଶେଷରେ କବି ରତ୍ନମୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.