jsm

ଚନ୍ଦରଉଦିଆଁ ତରଫରୁ କୋଶଲ ବାଲ୍ମିକୀ ହେମଚନ୍ଦ୍ର ଜୟନ୍ତୀ ଅନୁଷ୍ଠିତ

csstore

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସୋହେଲା ବ୍ଲକ ହଲଦୀପାଲିଠାରେ ଶିଶୁ କିଶୋର ପତ୍ରିକା ଚନ୍ଦରଉଦିଆଁ ତରଫରୁ କୋଶଲ ବାଲ୍ମିକୀ ହେମଚନ୍ଦ୍ର ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା, ବିଶିଷ୍ଟ ଅତିଥି ଭାବେ ଡା. ଶିଶିର କୁମାର ସାହୁ, ହେମଚନ୍ଦ୍ର ସାହିତ୍ୟ ଆଲୋଚନାଚକ୍ରରେ ଆଲୋଚକ ଭାବେ ଶିକ୍ଷାବିତ୍‌ ଗିରିଜା ଶଙ୍କର ଆଚାର୍ଯ୍ୟ, ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁ, ଡ. ସୁବାସ ମେହେର ଯୋଗ ଦେଇ ହେମଚନ୍ଦ୍ର ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ଟେକଚାନ୍ଦ ଦୁଆନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଭା କାର୍ଯ୍ୟକୁ କେଦାରନାଥ ସାହୁ ସଂଯୋଜନା କରିଥିବା ବେଳେ ଶିଶୁ ସାହିତ୍ୟିକ ବିକାଶ ଚନ୍ଦ୍ର ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ଗୌରଚରଣ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ କବି ହେମଚନ୍ଦ୍ରଙ୍କ ଫଟୋ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଦିବଙ୍ଗତ ସାହିତ୍ୟିକ ଡ. ମାନଭଞ୍ଜନ ପ୍ରଧାନଙ୍କର ଅମର ଆତ୍ମାର ସଦ୍‌ଗତି କାମନା ପାଇଁ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ବିଶ୍ୱମ୍ବର ଷାଣ୍ଢ ଓ ସାଥୀ ସ୍ୱର୍ଗତ କବି ହେମଚନ୍ଦ୍ରଙ୍କ ଗୀତ ପରିବେଷଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟର କବିତା ଆସରରେ କବି ମୁନିରାମ କୁମ୍ଭାରଙ୍କ ସଂଯୋଜନାରେ କବି ରଞ୍ଜିତ ପଧାନ, ରାଜେଶ କାରିଆ, ସୁବାସ ମେହେର, ପରାଗ ସାହୁ, ଦିଲୀପ ସାହୁ, ନକୁଲ ମେହେର, ମୁନିରାମ କୁମ୍ଭାର, ରୋହିତ ମେହେର, ଅହଲ୍ୟା ପଧାନ, ଉମେଶ ପଧାନ, ଗୌର ସା, ହରିଲାଲ ସାହୁ, ଦୁର୍ବାଦଲ ମେହେର, ନନ୍ଦିକିଶୋର ସାହୁ, କ୍ଷେତ୍ରମଣି ମେହେର, ମଞ୍ଜୁଲତା ସାହୁ, ସଙ୍ଗୀତା ଦୀପ, ନମିତା ଦୀପ ଯାଦବ, ଡିଲେଶ୍ୱର ସାହୁ, ହାରାଧନ ପଟେଲ, ଜଟାଧାରୀ ପଧାନ ପ୍ରମୁଖ କବିତା ପାଠ କରିଥିଲେ । କବିତାର ସମୀକ୍ଷା ନାରାୟଣ ସାହୁ କରିଥିଲେ । ଏହି ଅବସରରେ କୁନି ନୃତ୍ୟଶିଳ୍ପୀ ସାଇନା ସା’ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ସମସ୍ତ କବିମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । କବି ରୋହିତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.