pr

କୁଡ଼ାସିଂହା ବୁଢ଼ାଡଙ୍ଗର କଲେଜରେ ଗଙ୍ଗାଧର ଜୟନ୍ତୀ ପାଳିତ

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ କୁଡ଼ାସିଂହା ବୁଢ଼ାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି । ଅଧ୍ୟାପକ ବିଜୟ ମିଶ୍ରଙ୍କ ସ୍ୱାଗତ ଭାଷଣ ପରେ ଅଧ୍ୟକ୍ଷ ଛବିଳ ବଗର୍ତ୍ତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ଡିଗ୍ରୀ କଲେଜର ଅର୍ଥନୀତି ବିଭାଗର ଅଧ୍ୟାପକ କବିରାଜ ଭୋଇ, ମୁଖ୍ୟବକ୍ତା ଭାବେ ଆଞ୍ଚଳିକ ଡିଗ୍ରୀ କଲେଜ କୁସଙ୍ଗର ଓଡ଼ିଆ ଅଧ୍ୟାପକ ଡ଼. ଲକ୍ଷ୍ମଣ ମେହେର, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ମଞ୍ଚ କଳାକାର ଶତୃଘ୍ନ ବେହେରା ଯୋଗ ଦେଇ ଗଙ୍ଗାଧର ସାହିତ୍ୟ ଉପରେ ଆଲୋଚନା କରିଥିଲେ । କଲେଜର ଛାତ୍ରୀ ଚନ୍ଦ୍ରିକା ବାଗ, ମଧୁସ୍ମିତା ସର୍ଦ୍ଦାର, ରଶ୍ମି ବେହେରା, ମମତା ନାଏକ ଓ ବର୍ଷା ରାଣୀ ଛାତ୍ରିଆଙ୍କ ଦ୍ଵାରା ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବରେ ସଙ୍ଗୀତ ଗାନ କରିଥିଲେ । ଜଳନ୍ଧର ଥପା, ତିଳୋତ୍ତମା ନନ୍ଦ, ବର୍ଷା ମଲ୍ଲିକ, ସୁଜାତା ଗୁରାଣ୍ଡି, ରଶ୍ମି ବେହେରା, ମମତା ନାଏକ, ମିନତୀ ରାଉତ ଓ ରୀମା ସ୍ଵଭାବ କବିଙ୍କ ଜୀବନୀ ଏବଂ ତାଙ୍କ ଅନବଦ୍ୟ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅକ୍ଷୟ ଚୌଧୁରୀ ସଭା ସଂଯୋଜନା କରିଥିବା ବେଳେ ନିତ୍ୟାନନ୍ଦ ସିର୍ଦ୍ଦାର ଧନ୍ୟବାଦ ଅର୍ପଣ କରିଥିଲେ । ନରେଶ ଚନ୍ଦ୍ର ମିଶ୍ର, ସୁବିନ୍ଦ୍ର ବାଗ, ବଳଭଦ୍ର ବଣ୍ଡା, ଗଙ୍ଗାଧର ସାହୁ, ପ୍ରତିମା ହେର୍ଣା, ଚିନ୍ମୟୀରାଣୀ ମିଶ୍ର, କରୁଣାକର ମେହେର ଓ ରମେଶ ସାହୁ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.