jsm

ତୁରେକେଲା ଆଶ୍ରମରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

csstore

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଶ୍ରମ ବିଦ୍ୟାଳୟରେ ଭଗବାନ ବିର୍ସାମୁଣ୍ଡାଙ୍କ ଏକଶତପଚାଶ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ତୁରେକେଲା ସରପଞ୍ଚ ଜଳନ୍ଧର ମହାକୁଡ଼ ମୁଖ୍ୟ ଅତିଥି, ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ବକ୍ତା, ସମିତି ସଭ୍ୟ ପ୍ରମୋଦ କୁମାର ମହାପାତ୍ର, ଛବିଳ ଭୋଇ, ପ୍ରେମକାନ୍ତୀ ରାଏ, ସୁଶାନ୍ତ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ପାର୍ଥବ ମହାନନ୍ଦ ସଭା ପରିଚାଳନା ଓ ସୁକାନ୍ତି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଭଗବାନ ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ଅତିଥି ବୃନ୍ଦ ଧୂପଦୀପ ଓ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଛାତ୍ରୀବୃନ୍ଦ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ପୂର୍ବରୁ କରାଯାଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ତାପରେ ଛାତ୍ରୀବୃନ୍ଦ ନୃତ୍ୟ ପରିବେଷଣ କରିଥିଲେ । ଏହି ଜୟନ୍ତୀକୁ ସଫଳ କରିବାରେ ଶିକ୍ଷକ ଗୋପାଳ ଧରୁଆ, ସମୀର ପଣ୍ଡା, ଗୀତାଞ୍ଜଳି ମଲ୍ଲିକ, ସବିତା ନାଗ, ସବିତା ରାହା ଅଭିଭାବକ ଓ ପରିଚାଳନା କମିଟିର ସଭ୍ୟ ସଭ୍ୟା ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.