csstore

ଲୋକକଳା ଗ୍ରାମ କର୍ତ୍ତଙ୍ଗଠାରେ ଜିଲ୍ଲା ପ୍ରଶାସନ ତରଫରୁ ଗାନ୍ଧୀ ଜୟନ୍ତୀ ପାଳନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୁବର୍ଣ୍ଣପୁର ଆନୁକୂଲ୍ୟରେ ଲୋକ କଳା ଗ୍ରାମ କର୍ତ୍ତଙ୍ଗଠାରେ ଗାନ୍ଧୀ ଜୟନ୍ତୀ ପାଳନ ହୋଇଯାଇଛି । ଦିବସ ଅବସରରେ ଲୋକକଳା ଗ୍ରାମରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକର କଳାକାର ସଂଘ ଯୋଗଦାନ କରି ଏକକ ଓ ଦଳଗତ ଦେଶାତ୍ମବୋଧକ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସ୍ଥାନୀୟ ସଂକୀର୍ତ୍ତନ୍ୟ ଦଳ ରଘୁପତି ରାଘବ ରାଜା ରାମ ଗାନ ପୂର୍ବକ ଗ୍ରାମ ପରିକ୍ରମଣ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପଧାନ, ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ରୀତିକା ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ କଳାକାର ନିରାକାର ଦେହୁରୀ ଓ ପ୍ରଦୀପ ବାରିକ ପରିଚାଳନା କରିଥିଲେ । ଲୋକ କଳା କାର୍ଯ୍ୟକ୍ରମରେ ପୂର୍ଣ୍ଣମାସୀ ସଂକୀର୍ତ୍ତନ୍ୟ ମଣ୍ଡଳୀ ଓ ଦଧିବାମନ ମହିଳା ସଂକୀର୍ତ୍ତନ୍ୟ ମଣ୍ଡଳୀ କର୍ତ୍ତଙ୍ଗ, ମା’ ମାଉଲି ମହିଳା ସଂକୀର୍ତ୍ତନ୍ୟ ମଣ୍ଡଳୀ ସଂସାମୁରା, ମହିଳା ସଂକୀର୍ତ୍ତନ୍ୟ ମଣ୍ଡଳୀ ଗରିଆମୁଣ୍ଡା, ଦିବ୍ୟାଙ୍ଗ ଛାତ୍ରୀ ମନଭାଙ୍ଗି ଭୋଇଙ୍କ ଦ୍ୱାରା ଭଜନ, ଗ୍ରାମର ଲୀଳା ନାଟକର କଳାକାର ବୃନ୍ଦଙ୍କ ଦ୍ୱାରା ମଞ୍ଚକଳା ପରିବେଷଣ, କଳାକାର ତାରକ ଆଡ଼ଯୁଆଡ଼ି ଓ ସାଥୀଙ୍କ ଦ୍ୱାରା କରମସାନି ଲୋକ ନୃତ୍ୟ ତଥା ଗ୍ରାମର କଳାକାରଙ୍କ ଦ୍ୱାରା ଚିତ୍ତା କର୍ଷକ ବାଡ଼ି ଖେଳ ସହିତ କଳା କୌଶଳ ପ୍ରଭୁତି ଶହ ଶହ ଦର୍ଶକଙ୍କୁ ବର୍ଷା ସତ୍ୱେ ମଧ୍ୟ ବାନ୍ଧି ରଖିଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସ୍ଥାନୀୟ କଳାକାର, ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ, ସାମ୍ବାଦିକ ପ୍ରଭୃତି ବିଶେଷ ସହଯୋଗ କରିଥିଲେ । ଉପସ୍ଥିତ ସମସ୍ତ କଳାକାରଙ୍କୁ ପ୍ରମାଣ ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।

jayashree
Leave A Reply

Your email address will not be published.