jsm

ଲୋଇସିଂହା ବ୍ଲକ ଛାତ୍ରଙ୍କ ଜାପାନ ଯାତ୍ରା

csstore
  • ସମ୍ବର୍ଦ୍ଧିତ କଲେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ବ୍ଲକ ପିୟୁପିଏସ୍ ଲଙ୍କାବାହାଲର ଛାତ୍ର ରାଜୁ ପଧାନ ଅଷ୍ଟମ ଶ୍ରେଣୀ ପଢୁଥିବା ସୟରେ ଗାଇଡ ଶିକ୍ଷକ କୁଶଧ୍ୱଜ ଷଡଙ୍ଗୀଙ୍କ ସାହାଯ୍ୟରେ ପ୍ରକଳ୍ପ “ହଳ ଚାଳିତ ମଞ୍ଜିବୁଣା ଯନ୍ତ୍ର” ଇନ୍ସପାୟାର ଏୱାର୍ଡରେ ମନୋନୀତ ହୋଇଥିଲେ । ପରେ ସେ ରାଜ୍ୟ ତଥା ଜାତୀୟସ୍ତରରେ ପୁରସ୍କୃତ ହୋଇ ଶେଷରେ ସାକୁରା ବିଜ୍ଞାନ ହାଇସ୍କୁଲ ପ୍ରୋଗ୍ରାମରେ ମନୋନୀତ ହୋଇ ଗତ ଜୁନ ୨୮ ରୁ ଜୁଲାଇ ୪ଯାଏଁ ଜାପାନର ଟୋକିଓକୁ ଗସ୍ତ କରିଥିଲେ । ଆଜି ତାଙ୍କୁ ବଲାଙ୍ଗିର ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ର ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଜିଲ୍ଲାର ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା, ସୁଶ୍ରୀ ରୀନା ବେହେରା, ସେବାଶ୍ରୀ ଭୋଇ, ଲୋଇସିଂହା ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଭୁଏ, ରୁଦ୍ରଦେବ ଷଡଙ୍ଗୀ, ନବଘନ ସାହୁ, ତାରାକାନ୍ତ ମିଶ୍ର, ବିଷ୍ଣୁ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯେ, ରାଜୁ ଲୋଇସିଂହା ମହାବିଦ୍ୟାଳୟରେ ପାଠ ପଢୁଥିବା ବେଳେ ସେ ପିତା ଗୁଲେକ ପଧାନ ଓ ମାତା ଜୟନ୍ତୀ ପଧାନଙ୍କ ସୁପୁତ୍ର ଅଟନ୍ତି ।

yuvodaya
Leave A Reply

Your email address will not be published.