csstore

‘ଜାତୀୟ ସେବା ଯୋଜନା’ ସଂଯୁକ୍ତ ଶାଖା ତରଫରୁ ୯ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ସ୍ଥିତ ରାଉରକେଲା କଲେଜର ‘ଜାତୀୟ ସେବା ଯୋଜନା’ର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ‘୯ମ ଆନ୍ତର୍ଜାତୀୟ ଯୋଗ ଦିବସ’ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ରୀନା ଶର୍ମା (ଆର୍ଟ ଅଫ୍‌ ଲିଭିଙ୍ଗ୍, ରାଉରକେଲା) ଯୋଗ ଶିକ୍ଷିକା ଏବଂ ଅର୍ଥନୀତି ବିଭାଗର ପ୍ରାଧ୍ୟାପିକା ଶ୍ରୀମତୀ ତପସ୍ଵିନୀ ମିଶ୍ର ସହଯୋଗୀ ଯୋଗ ଶିକ୍ଷିକା ଭାବେ ଯୋଗଦେଇ ମହାବିଦ୍ୟାଳୟର ସ୍ୱେଚ୍ଛାସେବୀ, ଛାତ୍ର-ଛାତ୍ରୀ ତଥା ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ସାଧାରଣ ଯୋଗକ୍ରମାନୁସାରେ ଯୋଗ ଶିକ୍ଷା ଦେଇଥିଲେ ଏବଂ ସର୍ବ ଶେଷରେ ଯୋଗ ଶିକ୍ଷାର୍ଥୀମାନଙ୍କୁ ଯୋଗକୁ ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବାକୁ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ଅଜୟ ଗୌଡ, ସୌମ୍ୟରଞ୍ଜନ ମହାନ୍ତି, ଲୋପାମୁଦ୍ରା ପତି, ଜ୍ୟୋତି ସାହୁ, ଚନ୍ଦା ସିଂ, ସୁଶ୍ରୀରେଖା ବେହେରା, ତପସ୍ଵିନୀ କୁମ୍ଭାର, ଅରୁଣ କୁମାର ମହାନ୍ତି, ବିଶାଳ କୁମାର ରାମ, ପ୍ରଭାତି ସାହୁ, ଭାରତୀ ବେହେରା ପ୍ରମୁଖ ଶିକ୍ଷାର୍ଥୀ ରୂପେ ଯୋଗ ଶିକ୍ଷିକାଙ୍କ ଦ୍ୱାରା ବହୁ ପ୍ରଶଂସିତ ହୋଇଥିଲେ ।

jayashree
Leave A Reply

Your email address will not be published.