csstore

ଜାତୀୟ ସଂଗୀତରେ କମ୍ପିଲା ପୋତାଗଡ଼

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ରେ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି । ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକଙ୍କ ନିଆରା ପ୍ରୟାସ ଯେ, ଗଞ୍ଜାମ ଜନସାଧାରଣଙ୍କ ଏକ ମନ ଏକ ପ୍ରାଣରେ ବାନ୍ଧିବା ଏବଂ ପୋତାଗଡ଼ ଦୁର୍ଗକୁ ଓଡିଶାବାସୀଙ୍କ ଲୋକଲୋଚନକୁ ଆଣିବାର ସଂକଳ୍ପ ଏଠି ବାରି ହେଉଛି । ମହାଶୟ ନିଜର କର କମଳରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, ଉପାଧ୍ୟକ୍ଷା ସୁରେନ୍ଦ୍ର ବାରିକି, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅବିନାଶ ମିଶ୍ର, ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ଗଞ୍ଜାମ ପ୍ରେସକ୍ଳବ ସଭାପତି ଶବର କୁମାର ତରାଇ, ଉପଦେଷ୍ଟା ଉମାକାନ୍ତ ବେହେରା ଏବଂ ସମସ୍ତ କାଉନ୍ସିଲଙ୍କ ସହ କୁନି କୁନି ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ସେଠାରେ ଛତ୍ରପୁର ସାଇ ଡ୍ୟାନ୍ସ ଗ୍ରୁପ ଦ୍ୱାରା ଦେଶପ୍ରେମ ଓ ଦେଶାତ୍ମକ ବୋଧ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.