csstore

ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ରଠାରେ ଜାତୀୟ କୃଷି ଶିକ୍ଷା ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ କକ୍ଷରେ “ଜାତୀୟ କୃଷି ଶିକ୍ଷା ଦିବସ” ପାଳିତ ହୋଇଯାଇଛି । ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ, କୃଷି ଅନୁସନ୍ଧାନ ପରିଷଦ ସହାୟତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେଶର ବିକାଶରେ କୃଷିର ଭୂମିକା, ଅତ୍ୟାଧୁନିକ କୃଷି ପଦ୍ଧତି, କୃଷି ଯାନ୍ତ୍ରିକୀକରଣ, କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ସହ ଅର୍ଥନୈତିକ ଅଭିବୃଦ୍ଧିରେ କୃଷିର ଭାଗିଦାରିତା ଉପରେ ଆଲୋଚନା କରାଯାଇଛି । ବର୍ତ୍ତମାନ ସମୟରେ କୃଷି ଓ କୃଷକର ବିକାଶ ପାଇଁ କେନ୍ଦ୍ରର ମୋଦୀ ସରକାର ଦ୍ୱାରା ନିଆଯାଇଥିବା ଯୁଗାନ୍ତକାରୀ ପଦକ୍ଷେପ ଉପରେ କୃଷି ବିଶେଷଜ୍ଞମାନେ ଆଲୋକପାତ କରିବା ସହ କୃଷି ବିଜ୍ଞାନ ପାଠ୍ୟକ୍ରମକୁ ନେଇ ଭବିଷ୍ୟ ପୀଢିର ବୃତ୍ତି ଓ ପ୍ରବୃତ୍ତି କେମିତି ସୁରକ୍ଷିତ ହୋଇପାରିବ ସେ ସଂପର୍କରେ ଆଲୋଚନା କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ.ଜୀବନଜିତ୍ ସେନ୍‌ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କୃଷି ଶିକ୍ଷା ଦିବସରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ ପଟ୍ଟନାୟକ, ସହକାରୀ ଉଦ୍ୟାନବିତ୍ ପ୍ରିୟଦର୍ଶନୀ ପୂଜାହାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ପରିବର୍ତ୍ତନୀୟ କୃଷିର ବିଭିନ୍ନ ଦିଗ ସଂପର୍କରେ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଥିଲେ । ଏହି ଅବସରରେ କୃଷି ପ୍ରସଙ୍ଗକୁ ନେଇ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

jayashree
Leave A Reply

Your email address will not be published.